କମ୍ପନରେ ଥରିଲା ମିଜୋରାମ, ୬.୧ ତୀବ୍ରତାରେ ଭୂକମ୍ପ ଅନୁଭୁତ

ନୂଆଦିଲ୍ଲୀ ୧୧/୧୨: ଶୁକ୍ରବାର ସକାଳେ ମିଜୋରାମରେ ୬.୧ ତୀବ୍ରତାରେ ଭୂକମ୍ପ ଅନୁଭଊତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ସକାଳ ପ୍ରାୟ ୫.୧୫ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଇଉରୋପୀୟ-ମେଡେରାନୀୟ ସେସମୋଲୋଜିକାଲ ସେଣ୍ଟର ୱେବସାଇଟ୍ (EMSC)ରେ ପୋଷ୍ଟ କରାଯାଇଥିବା ସୂଚନା ଅନୁଯାୟୀ ବାଂଲାଦେଶର ଚିଟାଗଙ୍ଗ ଏବଂ ପୂର୍ବ ଭାରତୀୟ ସହର କୋଲକାତା ୨୮୦ମାଇଲ ଦୂର ଆଇଜାୱାଲରେ ଏହି କମ୍ପନ ଅନୁଭବ ହୋଇଥିଲା ।

ସୂଚନା ଅନୁୟାୟୀ ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ର ସ୍ଥଳ ଥିଲା ଚିଟାଗଙ୍ଗ । EMSC ଏବଂ ଭାରତର ଭୂକମ୍ପ ମନିଟରିଂ ଏଜେନ୍ସି ଅନୁଯାୟୀ ଉତ୍ତର-ପୂର୍ବ ଭାରତ ତଥା ବାଂଲାଦେଶର ପ୍ରମୁଖ ସହରରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି।

Spread the love