ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍‌ ଲାଗୁ

ଭୁବନେଶ୍ବର ୧୫/୦୭ : ରାଜ୍ୟରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅନଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍‌ ଜରିଆରେ ନୂଆ ଗାଇଡଲାଇନ୍‌ ନେଇ ସୂଚନା ଦେଇଛନ୍ତି । ଅଗଷ୍ଟ ୧ ଯାଏଁ ରାଜ୍ୟରେ ଆଂଶିକ କୋଭିଡ୍ କଟକଣା ଲାଗୁ କରାଯାଇଛି । ଆସନ୍ତା ୨ ସପ୍ତାହ ଯାଏଁ ରାଜ୍ୟରେ ଆଂଶିକ ଲକଡାଉନ୍ ଲାଗୁ କରାଯାଇଛି । ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା​‌ରେ କୋଭିଡ ନିୟମ କଡାକଡି ଭାବେ ପାଳନ ହେବା​‌ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

କାଟାଗୋରୀ-ଏ ରେ ଥିବା ୧୦ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । କାଟାଗୋରୀ-ବି ରେ ଥିବା ୨୦ ଜିଲ୍ଲା​‌ରେ ସକାଳ ୬ଟା ରୁ ସନ୍ଧ୍ୟା ୫ଟା ଯାଏଁ ଦୋକାନ ଖୋଲା ରହିବ । ରାଜ୍ୟରେ ଜାରି ରହିବ ନାଇଟକର୍ଫ୍ୟୁ । ରାଜ୍ୟରେ ଆରମ୍ଭ ହେବ ବସ ଚଳାଚଳ । ପାର୍ଲର, ସେଲୁନ୍‌ ଆସନ୍ତାକାଲି ଠାରୁ ଖୋଲା ହେବ । ଆଉଟ ଡୋର ଏବଂ ଇନ୍‌ ଡୋର ଶୁଟିଂ ଆରମ୍ଭ ହେବ । ସିନେମା ହଲ ବନ୍ଦ ରହିବ । କାଟାଗୋରୀ-ଏ ଜିଲ୍ଲାରେ ଥିବା ୧୦ ଜିଲ୍ଲାରେ ସଟ୍‌ଡାଉନ୍‌ ନିୟମ ଲାଗୁ ହେବ ନାହିଁ । କେବଳ କାଟାଗୋରୀ-ବିରେ ଥିବା ୨୦ ଜିଲ୍ଲାରେ ଜାରି ରହିବ ସପ୍ତାହାପ୍ତ ସଟ୍‌ଡାଉନ୍‌ । ଏହା ସହିତ ରାଜ୍ୟରେ ଜିମ୍‌ ଖୋଲାଯିବ ।

Spread the love