ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ

ଶ୍ରୀନଗର  : ଜାମ୍ମୁ-କଶ୍ମୀର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ମଧ୍ୟ ଏହି ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଅପରେସନ ଜାରି ରହିଛି । ଏ ନେଇ କଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ତେବେ ନିହତ ହୋଇଥିବା ଦୁଇ ଆତଙ୍କବାଦୀ କେଉଁ ଅଞ୍ଚଳର ଓ କେଉଁ ସଙ୍ଗଠନର ତାହାକୁ ନେଇ କୌଣସି ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ, ତୃବଜୀ ଅଞ୍ଚଳର ନୌପରା-ଖେରପୋରାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀ ସୂଚନା ପାଇଥିଲେ। ଏହାପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପେରେସନ ଆରମ୍ଭ ହୋଇଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।

Spread the love