କ୍ଷୀରରେ କଣ ମିଶାଇ ପିଇଲେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବ

ଶରୀରକୁ ସୁସ୍ଥ ଏବଂ ଉତ୍ତମ ରଖିବା ପାଇଁ ଆମେ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ।ତେଣୁ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରରେ ଅଳ୍ପ ପରିମାଣରେ ହଳଦୀ ମିଶାଇ ଏହାକୁ ପିଅନ୍ତୁ। ନିୟମିତ ହଳଦୀ କ୍ଷୀର ପିଇବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଅନେକ ମାରାତ୍ମକ ରୋଗ ଶରୀରରୁ ଦୂର ରଖିଥାଏ।

ହଳଦୀ କ୍ଷୀରକୁ ‘ସୁନେଲି କ୍ଷୀର’ ରୂପରେ ଜଣାଯାଏ। କ୍ଷୀରରେ ହଳଦୀ ସହ ଡାଲଚିିନି ଓ ଅଦା ମିଶାଇ ପିଇବା ଦ୍ୱାରା ଏହାର ସ୍ୱାଦ ଦ୍ୱିଗୁଣିତ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ ହୋଇଥାଏ।ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବାରୁ ରୋଗ ଶରୀରରୁ ଦୂରେଇ ରହିଥାଏ।ନିୟମିତ ରୂପରେ ଏହାର ସେବନ କରିବା ଦ୍ୱାରା ବିଶେଷ ଲାଭଦାୟକ।

ହଳଦୀ କ୍ଷୀର ପିଇବା ଅଭ୍ୟାସ ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ଦୂର ହେବା ସହ ବିଭିନ୍ନ ଯନ୍ତ୍ରଣା ଦୂର ହୋଇଥାଏ।ହଳଦୀରେ ଆଣ୍ଟି-ଇନଫ୍ଲାମେଟରୀ ଗୁଣ ରହିଛି।

ମଧୁମେହ ରୋଗୀଙ୍କ ପାଇଁ ହଳଦୀ କ୍ଷୀର ପିଇବା ବେଶ ଲାଭଦାୟକ। ଏହାସହ ରକ୍ତରେ ଶର୍କରାର ମାତ୍ରା ୨୯ ପ୍ରତିଶତ କମ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଶର୍କରାର ସ୍ତରକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ହଳଦୀ କ୍ଷୀରରେ ଡାଲଚିନି ମିଶାଇ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।

ପ୍ରତିଦିନ ୧-୬ ଗ୍ରାମ ଡାଲଚିନି,ସାମାନ୍ୟ ହଳଦୀ,କ୍ଷୀର ମିଶାଇ ପିଅନ୍ତୁ।ଥଣ୍ଡା ଜନିତ ସମସ୍ୟାରୁ ରକ୍ଷା ପାଇବା ଏହା ଏକ ଉତ୍ତମ ସ୍ରୋତ।

କ୍ଷୀରରେ କ୍ୟାଲସିୟମ, ଆଇରନ, ପ୍ରୋଟିନ ଓ ଭିଟାମିନ ରହିଛି। ଏହି କାରଣରୁ କ୍ଷୀର ଏକ ସମ୍ପୂର୍ଣ୍ଣ ଆହର ବୋଲି ମଧ୍ୟ କୁହାଯାଏ।

 ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଥାଏ। ହଳଦୀ କ୍ଷୀର ପିଇବା ଦ୍ୱାରା ଶରୀରୁ ବହୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ପାଚନ ତନ୍ତ୍ର ସଠିକ ଭାବେ କାର୍ଯ୍ୟ କରିଥାଏ।ଯଦି ଆପଣଙ୍କର ପେଟ ସହ ଜଡ଼ିତ ସମସ୍ୟା ଲାଗି ରହିଥାଏ, ତେବେ ହଳଦୀ କ୍ଷୀର ପିଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ତ୍ୱଚା ପାଇଁ ମଧ୍ୟ ଏହା ବେଶ ହିତକାରକ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ହଳଦୀରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି। ଯାହା ମୁହଁ ସହ ଜଡ଼ିତ ବହୁ ସମସ୍ୟା ଯେପରି କୁଣ୍ଡାଇ ହେବା, ବ୍ରଣ ଆଦି ଦୂର କରିଥାଏ।

 ଯଦି ଆପଣଙ୍କୁ ସଠିକ ପରିମାଣରେ ନିଦ ହେଉନାହିଁ ଓ ଚିନ୍ତାଗ୍ରସ୍ତ ରହୁଛନ୍ତି, ତେବେ ହଳଦୀ ମିଶ୍ରିତ କ୍ଷୀର ନିଶ୍ଚୟ ପିଅନ୍ତୁ।
ଏହା ଓଜନ ହ୍ରାସ କରିଥାଏ। ମୁଣ୍ଡ ବିନ୍ଧା ମଧ୍ୟ ଦୂର କରିଥାଏ।

Spread the love