ବସ୍ତି ବାସିନ୍ଦାଙ୍କ ଆଶୀର୍ବାଦ ମୋ ଉପରେ ଅଛି : ମୀନକେତନ

ଭୁବନେଶ୍ୱର: ଜନତାଙ୍କ ସେବା କରିବାର ଅନେକ ମାଧ୍ୟମ ଅଛି। ସେଥି ମଧ୍ୟରେ ରାଜନୀତି ହେଉଛି ଉତ୍ତମ ମାଧ୍ୟମ। ତେଣୁ ରାଜନୀତିରେ ସେବା କରିବା ପାଇଁ ମୁଁ (ମୀନକେତନ ଜେନା) ରାଜନୀତିକୁ ଆସିଛି। ବସ୍ତି ବାସିନ୍ଦା ମୋତେ ପଠେଇ ଛନ୍ତି । ତାଙ୍କରି ସେବା କରିବା ପାଇଁ ମୁଁ ଏଠାକୁ ଆସି ଗଣମାଧ୍ୟମ ସାମ୍ନା ରେ ମୋର ପରିଚୟ ଦେଉଛି। ମୁଁ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ର ବାସିନ୍ଦା। ବିଜେଡି ସହ ମୁଁ 15 ବର୍ଷ ହେଲା ଅଛି। ଜଣେ ସମାଜସେବୀ ଭାବେ ମୁଁ କାମ କରୁଛି। 2019ରେ ବିଜେଡି ରୁ ଟିକଟ ପାଇଁ ଆବେଦନ କରିଥିଲି। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଆଶ୍ୱାସନା ଦେଇଥିଲେ। ବସ୍ତି ବାସିନ୍ଦା ଙ୍କ ଆଶୀର୍ବାଦ ମୋ ଉପରେ ରହିଛି। ସେମାନେ ମୋତେ ପଠେଇଛନ୍ତି। ତେଣୁ ମୋର ଆଶା ଓ ବିଶ୍ୱାସ ଅଛି ମୁଖ୍ୟମନ୍ତ୍ରୀ ଏଥର ମୋତେ ଟିକଟ ଦେବେ।

Spread the love