ସୁଯୋଗ ମିଳିଲେ ସେବା ପାଇଁ ପ୍ରସ୍ତୁତ ଅଛି

ଭୁବନେଶ୍ୱର: ଜନତାଙ୍କ ସେବା କରିବାର ଅନେକ ମାଧ୍ୟମ ଅଛି। ସେଥି ମଧ୍ୟରେ ରାଜନୀତି ହେଉଛି ଉତ୍ତମ ମାଧ୍ୟମ। ସରକାରୀ ଚାକିରୀ ରେ ରହିଲେ ସମୟ ହାତରେ ବନ୍ଧା କିନ୍ତୁ ରାଜନୀତି ରେ ରହିଲେ କୌଣସି ମୁହୂର୍ତ୍ତରେ ଲୋକଙ୍କ  ସୁବିଧା  ଅସୁବିଧାରେ ଛିଡ଼ା  ହୋଇପାରିବା। ଏଭଳି ଏକ ମନସ୍ଥ ନେଇ ରାଜନୀତି ରେ ପାଦ ପକାଇବାକୁ ଇଚ୍ଛା ରଖିଛନ୍ତି ସମାଜ ସେବୀ ମୀନକେତନ ଜେନା। ସେ ସବୁବେଳେ ତୃଣମୂଳସ୍ତରରେ ରହି ଲୋକଙ୍କ ସେବା କରି ଆସିଛନ୍ତି। ସେତେବେଳେ ସେ କୌଣସି ଦଳ କିମ୍ବା ଜାତି ଦେଖନ୍ତି ନାହିଁ। ସେଥିପାଇଁ ସେ ଅନେକ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି କୁ ଆସିଛନ୍ତି। ତେଣୁ ସେ ଟିକଟ ଆଶାରେ ଦୁଇ ଥର ନିଜର biodata ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିଛନ୍ତି। 2019 ରେ ଆବେଦନ ବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ। ଦଳ ପାଇଁ ନିରନ୍ତର କାମ ଯୋଗୁଁ ଅନେକ ଆଶାୟୀ ଙ୍କ ମଧରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଟିକଟ ଦେବେ ବୋଲି ଆଶା ରଖିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋତେ ବ୍ୟକ୍ତିଗତ ଭାବେ ଚିହ୍ନନ୍ତି । ତେଣୁ ଏଥର ଟିକଟ ମିଳିବ ବୋଲି ଆଶାବାଦୀ। ସୁଯୋଗ ମିଳିଲେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଲଢ଼ି  ନିଶ୍ଚୟ ଜନତାଙ୍କ ସେବା କରିବି।

Spread the love