ନାଇଟ ଡ୍ରେସ କିଣିବାକୁ ଯାଉଛନ୍ତି କି? ତାହାଲେ ଧ୍ୟାନ ଦିଅନ୍ତୁ ଏହି କ୍ଷେତ୍ରପ୍ରତି…

ନାଇଟେଓ୍ଵୟର ବାଛିବା ସମୟରେ ଆମେ କେତେକ ଜିନିଷ ଉପରେ ଧ୍ୟାନ ଦେଇ ନଥାଉ । ଦିନ ପୋଷାକ ଉପରେ ଯେତିକି ଧ୍ୟାନ ଦେଇଥାଉ ରାତି ପୋଷାକ ଉପରେ ସେତେତା ଧ୍ୟାନ ଦେଇ ନଥାଉ । କିଛି ମହିଳା ନାଇଟେଓ୍ଵୟର ସର୍ବଦା କମ୍ଫଟେବଲ ପିନ୍ଧିବା ପସନ୍ଦ କରିଥାନ୍ତି । ଫଳରେ ବିନା କୌଣସି ଅସୁବିଧାରେ ଭଲ ନିଦ ଆସିବ । ବେଳେ ବେଳେ ଏପରି ହୋଇଥାଏ ଯେ ଆମେ ନାଇଟ େଓ୍ଵୟର ପିନ୍ଧି ମଧ୍ୟ ବାହାରକୁ ଚାଲିଯାଉଥାଉ । ଏମିତିରେ ଆମେ ନାଇଟ େଓ୍ଵୟର ଏପରି ବାଛିବା ଯେପରି ଦୁଇ ସ୍ଥାନକୁ ପିନ୍ଧି କରି ଯାଇପାରିବା । ଆସନ୍ତୁ ଜାଣିବା ନାଇଟେଓ୍ଵୟର କିଣିବା ସମୟରେ ଆମେ କେଉଁ କେଉଁ ଜନିଷ ପ୍ରତି ଧ୍ୟାନ ଦେବା ଉଚିତ୍‌ ।

ଫେବ୍ରିକ ଚେକ୍‌ କରେ ନାଇଟ େଓ୍ଵୟରରେ ବିଭିନ୍ନ ପ୍ରକାର ଭେରାଇଟିର ଫ୍ରେବ୍ରିକରେ ମିଳିଯିବ । ହେଲେ ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ । ଯଦି ଆପଣ ସାଇନି ଓ ସିଲ୍କ କପଡ଼ା ପସନ୍ଦ କରୁଛନ୍ତି ତ ସାଟନ ନାଇଟେଓ୍ଵୟର ବାଛନ୍ତୁ । ଯଦି ଆପଣ କମ୍ଫଟେବଲ ନାଇଟେଓ୍ଵୟର ଚାହାଁନ୍ତି ତେବେ ଆପଣ କଟନ ଫେବ୍ରିକ ବାଛନ୍ତୁ ।

ଷ୍ଟାଇଲକୁ ମଧ୍ୟ ନଜର ଅନ୍ଧାଜ କରନ୍ତୁ ନାହିଁ – ନାଇଟେଓ୍ଵୟର ବାଛିବା ସମୟରେ ଅଧିକାଂଶ ମହିଳା ଷ୍ଟାଇଲ ତୁଳନାରେ କମ୍ଫଟକୁ ଅଧିକ ଧ୍ୟାନ ରଖନ୍ତି । ଏମିତି ନୁହେଁ ଯେ ଆପଣ ସର୍ବଦା ନିଜକୁ ସିମ୍ପଲ ରଖିବେ । ଚେଷ୍ଟା କରନ୍ତୁ ବ୍ରାଇଟ କଲର ସ୍ଥାନରେ ହାଲକା ରଂଗର ବାଛନ୍ତୁ । କାରଣ ଲାଇଟ ସେଡ ସର୍ବଦା ଆପଣଙ୍କ ମସ୍ତିସ୍କକୁ ଶାନ୍ତ ରଖିଥାଏ ।

Spread the love