ବଢିଲା ଶ୍ରମିକଙ୍କ ମଜୁରୀ

ବଢିଲା ଶ୍ରମିକଙ୍କ ମଜୁରୀ । ଅଣ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୭ଟଙ୍କା ବଢିଛି । ଫଳରେ ଏବେ ଏହା ୩୩୩ ଟଙ୍କା ହୋଇଛି । ସେହିପରି ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମଜୁରୀ ବି ୭ ଟଙ୍କା ବଢି ୩୭୩ ଟଙ୍କାରେ ପହଞ୍ଚିଛି । କୁଶଳୀ ଶ୍ରମିକଙ୍କ ମଜୁରୀ ୪୨୩ ଟଙ୍କା ହୋଇଛି । ସେହିପରି ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୮୩ ଟଙ୍କାକୁ ବୃଦ୍ଧି ପାଇଛି। ଏ ନେଇ ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Spread the love