ଲାଞ୍ଚୁଆଙ୍କୁ ଧର , ମତେ ଜଣାଅ – ମନ୍ତ୍ରୀ ଅରୁଣ ସାହୁ

5-ଟି ନୀତିକୁ ମନ୍ତ୍ରୀଙ୍କ ଠାରୁ ସଚିବ ପର୍ଯ୍ୟନ୍ତ ସମସ୍ତେ ଗୁରୁତ୍ୱ ଦେଉଛନ୍ତି । ପ୍ରଶାସନିକ ସେବାରେ ସ୍ୱଚ୍ଛତା ଆଣିବା ସହ ସରକାରୀ ଅଫିସରେ ଯେପରି ଜଣେ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ନହୁଏ ତାହାକୁ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ, ସଚିବ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ଏବେ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରାଯାଉଛି । ବିଶେଷକରି ରାଜ୍ୟରେ ଥିବା ଦୁର୍ନୀତି ଖୋର ଅଫିସରକୁ ସାବାଡ଼ କରିବା ପାଇଁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଉଛନ୍ତି । ସପ୍ତାହ ଭିତରେ 10 ରୁ ଅଧିକ ଲାଞ୍ଚୁଆ ପ୍ରଶାସନିକ ଅଧିକାରୀଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର । ସେପଟେ କୃଷିବିଭାଗକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ । ସିଧାସଖଳ ଦୁର୍ନୀତିଖୋର ଅଫିସରଙ୍କୁ ଣୁଣାଇଛନ୍ତି ଚରମବାଣୀ ।

ଯେଉଁମାନେ ବିଭାଗରେ ଦୁର୍ନୀତି କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସିଧାସିଧା ଶୁଣାଇଛନ୍ତି । ଓୟୁଏଟିରେ ଅନୁଷ୍ଠିତ ବିଶ୍ୱ ଅଣ୍ଡା ଦିବସରେ ଦୁର୍ନୀତିଗସ୍ତ ଅଫିସର ଉପରେ କଡ଼ା ନଜର ରଖିବା ପାଇଁ ମନ୍ତ୍ରୀ ଅରୁଣ ସାହୁ ନିର୍ଦ୍ଦେଶ ଦେବା ସହ ଯେଉଁ ଅଫିସର ଦୁର୍ନୀତି କାର୍ଯ୍ୟରେ ଲିପ୍ତ ସେମାନଙ୍କୁ ଚିହ୍ନଟ କରି ମତେ ଜଣାଇବାକୁ ମନ୍ତ୍ରୀ ଉପସ୍ଥିତ ସରକାରୀ ଅଧିକାରୀ ଓ ଚାଷୀମାନଙ୍କୁ କହିଥିଲେ । କେବଳ ସେତିକି ନୁହେଁ, ସେ କହିଥିଲେ ବିଭାଗରେ ବହୁ ଭଲ ଅଫିସର ଅଛନ୍ତି । ସେମାନେ ଭଲ କାମ ମଧ୍ୟ କରୁଛନ୍ତି । ହେଲେ କିଛି ଦୁର୍ନୀତିଖୋର ଅଫିସରମାନଙ୍କ ପାଇଁ ବଦନାମ ହେଉଛି ବିଭାଗ । ଏଥିରୁ ଆମକୁ ନିବୃତ ହେବାକୁ ପଡ଼ିବ । ଅଣ୍ଡା ଦିବସ ଅବସରରେ ମନ୍ତ୍ରୀ ଅଣ୍ଡାର ଉପକାରୀତା ଉପରେ ମଧ୍ୟ କହିଥିଲେ । ପ୍ରତ୍ୟେକ ବ୍ୟକ୍ତି ଅଣ୍ଟା ଖାଇବା ଦରକାର ବୋଲି ମନ୍ତ୍ରୀ କହିଥିଲେ ।

2000 ମସିହାରେ ମାତ୍ରା 25 ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ 65 ଲକ୍ଷ ଉତ୍ପାଦନ ହେଲାଣୀ । ଓୟୁଏଟି ପରିସରରେ ଥିବା ଭେଟେନାରି କଲେଜ ପଡିଆରେ ପ୍ରାୟ 5ହଜାର କୁକୁଡା ଚାଷୀଙ୍କର ସମାବେଶରେ ମୁଖ୍ୟ ଅତିଥି ଭାବେ କୃଷମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ଲେୟାର ଫାର୍ମର୍ସ ଆସୋସିଏସିନର ଉପଦେଷ୍ଟା ତଥା ରାଜ୍ୟ ମିଡିଆ ସେଲର ଉପଦେଷ୍ଟା ମାନସ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ଓଡ଼ିଶାରେ କୁକୁଡ଼ା ଚାଷ ସହିତ ଅଣ୍ଡା ଶିଳ୍ପକୁ ସରକାର ଦେଉଥିବା ପ୍ରୋତ୍ସାହନ ସମ୍ପର୍କରେ ଚାଷୀଙ୍କୁ ଅବଗତ କରିଥିଲେ ।

Spread the love