୫ଟି ଅନୁସାରେ କାମ କର- ଅଫିସରଙ୍କୁ ତାଗିଦ କଲେ ଅରୁଣ

୫ଟି ଅନୁୂସାରେ କାମ କର । ବିଭାଗକୁ ଅଧିକ କ୍ରୀୟାଶୀଳ କର । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ , ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ନିଜର ବିଭାଗର ଅଧିକାରୀଙ୍କୁ ତାଗିତ କରିଛନ୍ତି । ବିଶେଷକରି ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନକୁ ଅଧିକ କ୍ରିୟାଶୀଳ କରାଯାଇ ସରକାରୀ ଯୋଜନାର ସୁଫଳ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସମସ୍ତଙ୍କୁ ୫ ‘ଟି’ ଆଧାରରେ କାମ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛଥିଲେ । ସତ୍ୟନଗରସ୍ଥିତ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ଲିମିଟେଡ୍‌  କାର୍ଯ୍ୟାଳୟ ଅଚାନକ ଗସ୍ତ କରିବା ଅବସରରେ କର୍ମଚାରୀ ଓ ଅଧିକାରୀମାନଙ୍କୁ ଅଧିକ ପେଶାଦାର ଢଙ୍ଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ ।

ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ଅନେକ ଯୋଜନା ଓ ପ୍ରୋତ୍ସାହନ ଯୋଗାଇ ଦେଇଥିବାବେଳେ ଏହା ଯେପରି ସିଧାସଳଖ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସେଥି ନିମନ୍ତେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ସତା ପାଇବା ଆବଶ୍ୟକ । କାର୍ଯ୍ୟାଳୟ ପରିସରରେ କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରବର୍ତ୍ତିତ ୫ ‘ଟି’ ଆଧାରରେ କାର୍ଯ୍ୟକରି ନିଜର ଦକ୍ଷତା ବୃଦ୍ଧି କରି ରାଜ୍ୟର ବିକାଶରେ ଅଂଶୀଦାର ହେବା ସହ ସଂସ୍ଥାକୁ ଅଧିକ ଲାଭପ୍ରଦ କରିବା ପାଇଁ ପରାମର୍ଶ ଦେଇଥିଲେ । କେବଳ କୃଷି ବିଭାଗ ନୁହେଁ, ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କୁ ମଧ୍ୟ ମନ୍ତ୍ରୀ ବାରମ୍ବାର ୫ଟି ଅନୁସାରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Spread the love