ଓଡିଶାରେ ଯାହା ବି ବିକାଶ ହେଉଛି କେବଳ ମୋଦୀ ସରକାରଙ୍କ ଯୋଗୁଁ : ନିତ୍ୟାନନ୍ଦ ରାୟ

ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବା ପାଇଁ ଓଡିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ବିମାନ ବନ୍ଦରରେ ପହଂଚିବା ସେ ବିକାଶ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ଓଡିଶାରେ ଯାହା ବି ବିକାଶ ହେଉଛି କେବଳ ମୋଦୀ ସରକାରଙ୍କ ଯୋଗୁଁ ହେଉଛି । ଓଡିଶାରେ ବିଧି ବ୍ୟବସ୍ଥା ଭଲ ନାହିଁ, ଲୋକେ ଭୟର ବାତାବରଣରେ ଅଛନ୍ତି । ଏହାର ଜବାବ ଦେଇଛନ୍ତି ବିଜେଡି ବିଧାୟକ ସମୀର ଦାଶ । କହିଛନ୍ତି ବିଜେପି ମିଛର ସୌଦାଗର । ଓଡିଶାକୁ ଅବହେଳା କରାଯାଉଛି, ଏକଥା ଓଡିଶାବାସୀ ଭଲ ଭାବେ ଜାଣନ୍ତି ।

Spread the love