ଶିଳାନ୍ୟାସ ସଭାରେ ଠେଲାପେଲା; ମାଇକ୍ରୋଫୋନ୍‌ ଛଡ଼ାଇନେଲେ ମନ୍ତ୍ରୀ

ଆଠଗଡ଼: କଟକ ଜିଲ୍ଲା ଆଠଗଡ କଖଡି ଠାରୁ କପୁରସିଂ ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ଓ ସଂପ୍ରସାରଣର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ। ଏହି ରାସ୍ତା ୬ କିଲୋମିଟର ୯୫୦ ମିଟର ହୋଇଥିବା ବେଳେ ୭ କୋଟି ୬ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨୦୨୪ ମସିହା ମେ ମାସ ୨୪ ତାରିଖ ମଧ୍ୟରେ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଶିଳାନ୍ୟାସ ଉତ୍ସବରେ ଚାରବାଟିଆର ଅଧିକ୍ଷଣ ଯନ୍ତୀ ଅଜିତ କୁମାର ରାୟ, କଖଡି ସରପଞ୍ଚ କଳ୍ପନା ଛତାର, ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ପହଞ୍ଚି ଥିଲେ। ମିଟିଂ ଶେଷ ପର୍ଯ୍ୟାୟ ବେଳକୁ ବିଜେବି କଲେଜ ହଷ୍ଟେଲରୁ ଗତ ଜୁଲାଇ ପ୍ରଥମ ସପ୍ତାହରେ ଆତ୍ମହତ୍ୟା କରିଥିବା ରୁଚିକା ମହାନ୍ତିଙ୍କ ମା’ ଷ୍ଟେଜ ଉପରକୁ ଯାଇଥିଲେ। ମନ୍ତ୍ରୀ ୧୬ ଲକ୍ଷ  ଟଙ୍କା କେଉଁଠି ଦେଇଛନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି? ତଥା ଟଙ୍କା ନେଇ ମୁହଁ ଚୁପ କରି ବସିଛି ବୋଲି ପଚାରିବା ପାଇଁ ଚେଷ୍ଟା କରିଥିଲେ। ସେଠାରେ ଜନୈକ ସରକାରୀ ଅଧିକାରୀ ଭାଷଣ ଦେବା ପରେ ମାଇକ୍ରୋଫୋନ ରୁଚିକା ମା’ଙ୍କୁ ଦେବାକୁ ଉଦ୍ୟମ କଲାବେଳେ ମନ୍ତ୍ରୀ ମାଇକ୍ରୋଫୋନ ଛଡାଇ ନେଇଥିଲେ ବୋଲି ରୁଚିକାର ମା ଅଭିଯୋଗ କରିବା ସହ ମୋର ପ୍ରଶ୍ନକୁ ଏଡାଇ ଦେଇ ଚାଲିଗଲେ ବୋଲି ପ୍ରକାଶ କରିଛନ୍ତି।।

ସେହିପରି ଜନୈକ ବ୍ୟକ୍ତି ନିଜର ଅଭିଯୋଗ ନେଇ ମନ୍ତ୍ରୀଙ୍କୁ ପଚାରିବାରେ ସେଠାରେ ଉପସ୍ଥିତ ଥିବା ଦଳୀୟ କର୍ମୀଙ୍କ ସହ ବଚସା ହେବା ସହ ଠେଲାପେଲା ହୋଇ ଥିବା ଜଣାପଡିଛି। ଏଭଳି ଘଟଣା ଘଟିବା ପରେ ବିଶୃଙ୍ଖଳା ଘଟିବା ଯୋଗୁଁ ମନ୍ତ୍ରୀ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୀର୍ଘ ଦିନ ଧରି ଏଠାରେ ନେତୃତ୍ୱ ନେଇଥିବା ମନ୍ତ୍ରୀଙ୍କ ସଭାରେ ଆଜି ପର୍ଯ୍ୟନ୍ତ ଏଭଳି ଘଟଣା କେବେ ଦେଖିବାକୁ ମିଳିନଥିଲା।

Spread the love