ଡ୍ରପ ଆଉଟ୍‌ ରୋକିବାକୁ ପଦକ୍ଷେପ, ୧୦୦ଟି ହାଇସ୍କୁଲକୁ କରାଯିବ ଅପଗ୍ରେଡ୍

ଭୁବନେଶ୍ୱର ୦୩।୦୮: ଡ୍ରପ ଆଉଟ୍ ରୋକିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପଦକ୍ଷେପ। ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜାନ ଦାଶ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେଉଁ ସବୁ ବ୍ଲକ୍ ରେ ପ୍ଲସ ଟୁ କଲେଜ୍ ନାହିଁ ସେଠାରେ ହାଇସ୍କୁଲ ଗୁଡ଼ିକୁ ଅପଗ୍ରେଡ କରାଯିବ। ମାଟ୍ରିକ ପାସ ପରେ ପାଖରେ ଯୁକ୍ତ ଦୁଇ କଲେଜ୍ ନଥିବାରୁ ପିଲାଏ ପାଠ ଛାଡିଛନ୍ତି। ସେହିପରି ଝିଅ ପିଲାଙ୍କ ପାଇଁ ବିଶେଷ ସୁବିଧା ହେବ। ଏଥିଲାଗି ବିଭାଗ ପକ୍ଷରୁ ଯୋଜନା କରାଯାଉଛି।

Spread the love