ଆକ୍ସନ ମୁଡ଼ରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ

ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଗତକାଲି ମଧ୍ୟ ନିର୍ବାଚନ ମଣ୍ଡଳୀ ସ୍ଥିତ ଖାରବେଳନଗର ରେ ଥିବା ଆଶ୍ରୟ ଗୃହକୁ ଗସ୍ତ କରିଥିବା ବେଳେ ଆଜି ଅଚାନକ ଉତ୍ତର ନିର୍ବାଚନମଣ୍ଡଳୀ ସ୍ଥିତ ପ୍ରତାପ ନଗରୀରେ ନିର୍ମାଣଧୀନ ବ୍ରିଜ ନିକଟକୁ ଯାଇ କାମ ର ତଦାରଖ କରିଛନ୍ତି । କିଭଳି ଆହୁରି ଉତ୍ତମ ମାନର କାମ ହୋଇପାରିବ ସେ ନେଇ ମୁଖ୍ୟତଃ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ସେହିଭଳି କାମରେ କୌଣସି ବିଳମ୍ବ ନକରି ମାର୍ଚ୍ଚ ମାସ ସୁଧା ମରାମତି ଶେଷ କରିବା ପାଇଁ ସେ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏଭଳି ଅଚାନକ ଗସ୍ତ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ମନରେ ଛନକା ପୁରାଇ ଦେଇଥିବା ବେଳେ ସାଧାରଣ ଲୋକେ ଏହାକୁ ସ୍ଵାଗତ କରିଛନ୍ତି । ସୂଚନାଯୋଗ୍ୟ ଏହି ବ୍ରିଜ ପ୍ରତାପନଗରୀ ଜାତୀୟ ରାଜପଥରୁ ନନ୍ଦନକାନନ ରୋଡ଼ କୁ ସଂଯୋଗ କରୁଅଛି ।

ଏହି ବ୍ରିଜ ହେବା ଦ୍ୱାରା ଉତ୍ତର ନିର୍ବାଚନମଣ୍ଡଳୀ ର ୫ ଟି ଗ୍ରାମପଞ୍ଚାୟତ ଓ କଟକ ସଦର ର ୬ ଟି ଗ୍ରାମପଞ୍ଚାୟତ ର ଲୋକେ ଉପକୃତ ହେବେ । ନଦୀ ର ଦୁଇ ପାର୍ଶ୍ୱରେ ରହୁଥିବା ୨୦ ହଜାର ରୁ ଉର୍ଦ୍ଧ୍ବ ଲୋକେ ଦୈନଦିନ ଡଙ୍ଗା ଉପରେ ନିର୍ଭର କରିବା ସହ ବିପଦସଙ୍କୁଳ ଭାବେ ଯାତ୍ରା କରୁଥିଲେ ।

Spread the love