ପିଲାଙ୍କ ସହ ମଧ୍ୟାହ୍ନଭୋଜନ କରିବେ ମନ୍ତ୍ରୀ

ଏଣିକି ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଜିଲ୍ଲା ବୁଲିଲା ବେଳେ ସ୍କୁଲ ଆହାରକେନ୍ଦ୍ର କିମ୍ବା ଅନାଥାଶ୍ରମ ଯାଇ ସେଠାକାର ବ୍ୟବସ୍ଥା ଯାଞ୍ଚ କରିବେ ଏବଂ ପିଲାଙ୍କ ଯତ୍ନ ନେଇ ସେମାନଙ୍କ ସହ ମଧ୍ୟାହ୍ନଭୋଜନ କରିବେ ।
ଆଜି ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ସଂପୃକ୍ତ ଅନୁଷ୍ଠାନମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେଠାର ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀ ଓ ଅଧିକାରୀମାନେ ପ୍ରତ୍ୟକ୍ଷ ଜାଣିପାରିବେ ବୋଲି କୁହାଯାଇଛି ।
ଖାଲି ସେତିକି ନୁହେଁ, ଏହି ଗସ୍ତକୁ ମନ୍ତ୍ରୀ ଓ ଅଧିକାରୀମାନେ ଯଥାସମ୍ଭବ ଗୁପ୍ତ ରଖିବା ସହ ସାଙ୍ଗରେ ୩-୪ ଜଣରୁ ଅଧିକ ଲୋକ ଯେଭଳି ନ ଯାଆନ୍ତି ସେଥିପ୍ରତି ଯତ୍ନବାନ ରହିବେ । ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍କୃତ ତଥ୍ୟ ଦେବେ ଏବଂ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ‘ମୋ ସରକାର’ ଅଭିଯାନରେ ଜିଲ୍ଲା ବୁଲିଲା ବେଳେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଏବଂ ଅଫିସର ଟିମ୍ କିଛି ସ୍କୁଲ ଓ ଅନାଥାଶ୍ରମ ଯାଇ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ବ୍ୟବସ୍ଥାର ଯାଞ୍ଚ କରିଥିଲେ । ଏହାକୁ ନେଇ ଗଣମାଧ୍ୟମରେ ବେଶ ଚର୍ଚ୍ଚା ହୋଇଥିଲା । ମନ୍ତ୍ରୀମାନେ ନିଜର ଏହି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବା ପାଇଁ ସାଙ୍ଗରେ ୩-୪ଜଣରୁ ଅଧିକ ଲୋକ ନନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମନ୍ତ୍ରୀମାନେ ନିଜର ମାସିକ ଗସ୍ତ ରିପୋର୍ଟରେ ଏ ସଂକ୍ରାନ୍ତ ବିସ୍ତୃତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି।
Spread the love