କରୋନା ଭୟ : ମନ୍ତ୍ରୀଙ୍କ ଘର ଖାଁ ଖାଁ

ଭୁବନେଶ୍ୱର,୧୮/୦୩: ଓଡ଼ିଶାରେ ମହାମାରୀ କରୋନାର ପ୍ରଥମ ରୋଗୀ ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରେ ଚିହ୍ନଟ ହେବାପରେ ରାଜ୍ୟବାସୀ ଭୟଭୀତ ହୋଇଯାଇଛନ୍ତି । ଧୀରେ ଧୀରେ ଏହାର ପ୍ରଭାବ ଭୁବନେଶ୍ୱରରେ ଦେଖିବାକୁ ମିଳୁଛି । ଯେଉଁ ସ୍ଥାନରେ ସବୁ ସମୟରେ ଗହଳି ଲାଗି ରହୁଥିଲା । ଆଜି ସବୁ ଶୂନସାନ । ଅତି ଆବଶ୍ୟକ ନହେଲେ ଲୋକ ଘରୁ ବାହାରିବାକୁ ଇଚ୍ଛା କରୁନାହାଁନ୍ତି ।

ସେହିପରି ଏସବୁ ମଧ୍ୟରୁ ମନ୍ତ୍ରୀଙ୍କ ଘର ମଧ୍ୟ ବାଦ ପଡିନି । ଦିନେ ଯେଉଁ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଜନଗହଳି ଲାଗିରହୁଥିଲା । ଆଜି ସବୁ କିଛି ଖାଁ ଖାଁ । କୌଣସି ଅଭିଯୋଗ କିମ୍ବା ସାହାଯ୍ୟ ଆଶା ନେଇ କେହି ଆସୁଥିବା ଦେଖିବାକୁ ମିଳୁନାହିଁ ।

ଅପରପକ୍ଷରେ ଓଡ଼ିଶାବାସୀଙ୍କୁ ସରକାରଙ୍କ ଡଭାଇଜାରୀ ଅନୁଯାୟୀ କାମ କରିବାକୁ ଏବଂ ବିଦେଶରୁ ଫେରିଥିବା ବ୍ୟକ୍ତି ସରକାରଙ୍କୁ ଟୋଲ ଫ୍ରି  ନମ୍ବର ୧୦୪ରେ ସମସ୍ତ ତଥ୍ୟ ପ୍ରଦାନ କରିବାକୁ ମନ୍ତ୍ରୀ ଅରୁଣ ସାହୁ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟାକ୍ଷ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଭିଡ଼ିଓ ମଧ୍ୟରେ ବାର୍ତ୍ତା ଜାରି କରିଛନ୍ତି ।

Spread the love