ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ

ଦେବଗଡ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ହଟହଟା । ଅଭିଯୁକ୍ତ ଶିକ୍ଷକ ସନ୍ତୋଷ କୁମାର ସାହୁ ପୋଲିସ ପକ୍ଷରୁ ଅଟକ। ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଆରିମାଳିଆ ଗ୍ରାମରେ। ପୋଲିସ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଶୁକ୍ରବାର ସିଆରିମାଳିଆ ଗ୍ରାମ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀକୁ ସେହି ସ୍କୁଲର ସହକାରୀ ଶିକ୍ଷକ ବିଜ୍ଞାନ ପଢାଇବା ନାମରେ କାର୍ଯ୍ୟାଳୟ ମଧ୍ୟକୁ ଡାକି ନେଇ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଛାତ୍ରୀ ଜଣକ ରାତିରେ ନିଜ ମାଆକୁ ସବୁକଥା କହିବା ପରେ ଶନିବାର ପରିବାର ଲୋକ ଓ ଗ୍ରାମବାସୀ ମିଳିତ ହୋଇ ସ୍କୁଲ କୁ ଯାଇ ସଂପୃକ୍ତ ଶିକ୍ଷକ ସନ୍ତୋଷ ଙ୍କୁ ଅଟକ ରଖିଥିଲେ। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ଖଇରପାଲି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଶିକ୍ଷକଙ୍କୁ ନିଜ ହେପାଜତକୁ ନେଇ ଅଟକ ରଖିଛନ୍ତି । ଘଟଣାକୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ବୀକାର କରିବା ସହ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଛନ୍ତି ବୋଲି ପ୍ରକାଶ କରିଛନ୍ତି ।

Spread the love