ଏକାମ୍ର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ବହୁ ଯୁବନେତା ବିଜେପିରେ ହେଲେ ସାମିଲ

ଭୁବନେଶ୍ୱର :ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଉପସ୍ଥିତିରେଏବଂ ଭୂବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ଙ୍କ ନେତୃତ୍ୱରେ ଏକାମ୍ର ନିର୍ବାଚନର ବହୁ ଯୁବ ନେତୃତ୍ୱ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ଏକାମ୍ର ଭୂବନେଶ୍ୱର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାସୁଆଘାଇ ପଂଚାୟତର ଯୁବ ନେତା ଶ୍ରୀ ବିପ୍ର ଚରଣ ଜେନା (ବାପୁ)ଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳର ଯୁବ ନେତା ସନ୍ତୋଷ ଜେନା, ସୁରେଶ ଜେନା, ଅଶୋକ ବସ୍ତିଆ, ବିମଳ ଲେଙ୍କା, ମୁନା ଜେନା, ସୁଶୀଲ ଦାସ, ବିଶ୍ୱଜିତ୍ ମହାନ୍ତି, ରଶ୍ମୀରଞ୍ଜନ ଜେନା, ଇଲିୟାସ ନାୟକ, ଦିଲିପ ଜେନା, ପ୍ରିତୀ ରଞ୍ଜନ ସାହୁ, ବବଲୁ ନାଏକ, ସୁଧାଂଶୁ ନାୟକ, ଅଲେଖ ମହାପାତ୍ର, ଶଙ୍କର ଦାସ, ଅକ୍ଷୟ ପଣ୍ଡା, ଚିକୁ ସାହାଣୀ, ଜଗନ ନାୟକ, ଅରକ୍ଷିତ ସ୍ୱାଇଁ, ସଦାନନ୍ଦ ସ୍ୱାଇଁ, ଡାଙ୍ଗୁଆ ରାଉତ, ସୁଶୀଳ ସ୍ୱାଇଁ, ରଞ୍ଜିତ ସ୍ୱାଇଁ, ଚରଣ ପରିଡା, ନନ୍ଦୁ ସ୍ୱାଇଁ, ଶିବ ଶଙ୍କର ସାହୁ, ଗଗନ ମହାରଣା, ବିଶ୍ୱନାଥ ମହାରଣା, ସୁଦର୍ଶନ ସାମନ୍ତରାୟ, ସୋମନାଥ ଜେନା, ଶରତ ବେହେରା, ଲିପୁ ଭୋଇ, ସାଶ୍ୱତ ବେହେରା, ସଂଗ୍ରାମ ବେହେରା, ଜଟିଆ ଭୋଇ, ମନୋଜ ବେହେରା, ମାନସ ବେହେରା, ସନ୍ତୋଷ ବେହେରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଏବଂ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଯୁବଶକ୍ତିଙ୍କ ଯୋଗଦାନ ପାର୍ଟୀର ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବା ସହିତ ଭାରତୀୟ ଜନତା ପାର୍ଟିକୁ ଆଗାମୀ ତ୍ରୀସ୍ତରୀୟ ନିର୍ବାଚନରେ ନିଶ୍ଚିତ ସଫଳତା ଦେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଜୟନ୍ତ ଜେନା, ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଏକାମ୍ର ମଣ୍ଡଳ ପ୍ରଭାରୀ ତାପସ ଦଳାଇ, ଏକାମ୍ର ଗ୍ରାମୀଣ ମଣ୍ଡଳ ସଭାପତିଅରୁଣ ପୁରୋହିତ, ଲିଙ୍ଗରାଜ ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ପୂର୍ବତନ କର୍ପୋରେଟର ସୁରେଶ ଜେନା, ପ୍ରଫୁଲ୍ଲ ସ୍ୱାଇଁ, ସୁନୀଲ ସ୍ୱାଇଁ, ସତ୍ୟନାରାୟଣ ନାୟକପ୍ରମୁଖଉପସ୍ଥିତ ଥିଲେ ।

Spread the love