ମିସ୍‌ ଇଣ୍ଡିଆ ୟୁନିଭର୍ସ ୨୦୨୨ ଶ୍ୱେତା ଜୋଶୀ

ନୂଆଦିଲ୍ଲୀ : ମିସ ଇଣ୍ଡିଆ ୨୦୨୨ର ବିଜୟିନୀ  ମହିଳା ହେଉଛନ୍ତି ଶ୍ୱେତା ଜୋଶୀ। ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ ଅମୃତସରରେ ଜନ୍ମ ଗ୍ରହଣ କରିଛି ଓ ସେଠାରେ ମୋ ସ୍କୁଲ କଲେଜ ଶିକ୍ଷା ସମାପ୍ତ ହୋଇଛି । ବାହାଘର ପରେ ମୁଁ ବିଏଡ (B.ED.) କରିଛି । କର୍ଣ୍ଣେଲ ରମଣ ରାଢା ମୋର ସ୍ୱାମୀ ଓ ସେ ଏବେ ହାଏଦ୍ରାବାଦରେ ଚାକିରି କରୁଛନ୍ତି । ସେ ମୋତେ ସମସ୍ତ ପରିସ୍ଥିତିରେ ସାହାଜ୍ୟ କରିବା ସହିତ ମୋର ସାଥ ଦେଇଛନ୍ତି ।

ଶ୍ୱେତା କହିଛନ୍ତି ପ୍ରଥମରୁ ମୋ ମନରେ ଫେସନ ଫିଲ୍ଡରେ ଯିବା ପାଇଁ ଆଗ୍ରହ ଥିଲା। ସ୍ଥଳସେନାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ବାହାଘର ପରେ ମୁଁ ଅନେକ ଥର ଅଂଶ ଗ୍ରହଣ କରିଛି । କିନ୍ତୁ ବ୍ୟକ୍ତିଗତ ଭାବେ ଏହା ମୋର ପ୍ରଥମ ପ୍ରତିଯୋଗିତା ଥିଲା। ଏହି ପ୍ରତିଯୋଗିତାରେ ଭାଗ ନେବାର ପ୍ରଥମ ଥର ହିଁ ମୁଁ ମିସ୍ ଇଣ୍ଡିଆ ୨୦୨୨ ଟାଇଟେଲ ହାତେଇବାରେ ସଫଳ ହୋଇଛି ।

ଶ୍ୱେତା କହିଛନ୍ତି ମୋର ୧୯ ବର୍ଷର ଝିଅ ଏବଂ ୧୫ ବର୍ଷର ପୁଅ ଅଛନ୍ତି। ବହୁ ଦିନ ପୂର୍ବରୁ ମୁଁ ଏହି କ୍ଷେତ୍ରକୁ ଯିବାପାଇଁ ଚାହୁଁଥିଲି , କିନ୍ତୁ ପାରିବାରିକ ଦାୟିତ୍ୱ କାରଣରୁ ମୁଁ ଏହାକୁ ଧ୍ୟାନ ଦେଇନଥିଲି। ଏହି କ୍ଷେତ୍ରରେ କିଛି କରିବି ବୋଲି ସବୁବେଳେ ଭାବୁଥିଲି। ଏହାପରେ ଏହି ପ୍ରତିଯୋଗିତା ବିଷୟରେ ଜାଣିବାକୁ ପାଇଲି। ପରେ ଜୟପୁରରେ ଅନୁଷ୍ଠିତ ହେଉଥିବା ମିସ୍ ଇଣ୍ଡିଆ ୟୁନିଭର୍ସ ୨୦୨୨ ପ୍ରତିଯୋଗିତାରେ ଅଂଶ୍ରଗ୍ରହଣ କରିଥିଲି। ଶେଷରେ ଫାଇନାଲ ଇଭେଣ୍ଟ ଦିନ ମୋତେ ପ୍ଲାଟିନମ କ୍ୟାଟେଗୋରିରେ ବିଜୟିନୀ ବୋଲି ଘୋଷଣା କରାଯାଇଥିଲା।

ଆଠ ବର୍ଷ ପୂର୍ବେ ଶ୍ୱେତା ଫିଟନେସରେ ସାର୍ଟିଫିକଟ କୋର୍ଶ କରିଥିଲେ।ସେ କହିଛନ୍ତି “ପରେ ମୁଁ ଆର୍ମି କେଣ୍ଟରେ ସ୍ଥଳସେନା ସୈନିକଙ୍କ ପରିବାରକୁ ଫିଟନେସ ଟ୍ରେନିଙ୍ଗ ଦେଉଛି। ମୁଁ ସବୁବେଳେ ଫିଟନେସକୁ ନେଇ ବହୁତ ସଚେତନ ଥାଏ। ସେଥିପାଇଁ ମାତେ ଫିଟ ରହିବା ଓ ଏହା ବିଷୟରେ ଅଧିକ ପଢ଼ିବା ପାଇଁ ବହୁତ ମଜା ଲାଗେ । ମୋତେ ଏବେ ଯେଉଁ ଟାଇଟେଲ ମିଳିଛି, ମୁଁ ଏବେ କୌଣସି ଏନଜିଓରେ ଯୋଗ ଦେଇ ଫିଟନେସ ପାଇଁ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରୁ ଚାହୁଁଛି “।

Spread the love