ସ୍ଥାପନ ହେବ ୫୦୦ ମିଶନ ଶକ୍ତି ବଜାର

ଭୁବନେଶ୍ୱର : ଆଗାମୀ ଦିନରେ ରାଜ୍ୟ ସରକାର ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏଚଜି)ମାନଙ୍କ ପାଇଁ ୫୦୦ ମିଶନ ଶକ୍ତି ବଜାର ସୃଷ୍ଟି କରିବେ। ଏହି ବଜାର ମହିଳା ଏସ୍‌ଏଚଜିଙ୍କ ଦ୍ୱାରା ସ୍ବଦେଶୀ ଉତ୍ପାଦିତ ଦ୍ରବ୍ୟର ବିକ୍ରି ଓ ବଜାର ନିମନ୍ତେ ହଟ୍‌ସ୍ପଟ୍‌ ହୋଇପାରିବ ବୋଲି ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟନ କହିଛନ୍ତି। ରାଜ୍ୟରେ ୫୦୦ ମିଶନ ଶକ୍ତି ବଜାର ସହିତ ମିଶନ ଶକ୍ତି କାଫେ ନିର୍ମାଣ ହେବ, ଯେଉଁଠାରେ ଏସ୍‌ଏଚ୍‌ଜି ସେମାନଙ୍କର ଉତ୍ପାଦ ପ୍ରସ୍ତୁତ କରି ବିକ୍ରି କରିପାରିବେ। ଏହାଛଡ଼ା ଆସନ୍ତା ୫ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାଜ୍ୟରେ ମହିଳା ସଶକ୍ତୀକରଣ ପାଇଁ ରାଜ୍ୟ ସରକାର ସର୍ବଦା ଉଦ୍ୟମ ଜାରି ରଖିଛନ୍ତି।  ୨୦୧୯ରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଯେ ଏସ୍‌ଏଚ୍‌ଜିଙ୍କ ଦ୍ୱାରା ପ୍ରସ୍ତୁତ ୫ ହଜାର କୋଟି ଟଙ୍କାର ଉତ୍ପାଦକୁ ରାଜ୍ୟ ସରକାର କ୍ରୟ କରିବେ।

Spread the love