ମିସନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଅତିରିକ୍ତ ଦାୟିତ୍ବ

ଭୁବନେଶ୍ବର: ୨୦୦୦ ମସିହା ଓଡ଼ିଶା କ୍ୟାଡରର ଆଇଏଏସ୍‌ ଅଧିକାରିଣୀ ତଥା ମିସନ ଶକ୍ତି ସଚିବ ସୁଜାତା ଆର୍‌. କାର୍ତ୍ତିକେୟନଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ରାଜ୍ୟ ସରକାର ଶ୍ରୀମତୀ କାର୍ତ୍ତିକେୟନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି। ସେ ମିସନ ଶକ୍ତି ବିଭା‌ଗରେ ସେକ୍ରେଟାରି ଭାବେ କାମ କରିବା ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଶ୍ରୀମତୀ କାର୍ତ୍ତିକେୟନ୍‌ଙ୍କ‌ ନେତୃତ୍ବରେ ରାଜ୍ୟ ସରକାରଙ୍କ ମହତ୍ବାକାଂକ୍ଷୀ ଯୋଜନା ‘ମିସନ ଶକ୍ତି’ ଗାଁ ଗାଁରେ ପରିଚିତ ହୋଇପାରିଛି। ଏହି ଯୋଜନା ମାଧ୍ୟମରେ ମହିଳାମାନେ କିଭଳି ଭାବେ ସଶକ୍ତ ହେବେ, ସେଥିପାଇଁ ଶ୍ରୀମତୀ କାର୍ତ୍ତିକେୟନ୍‌ଙ୍କ କାର୍ଯ୍ୟଶୈଳୀ ବେଶ୍‌ ସହାୟକ ହୋଇଛି। ତୃଣମୂଳ ସ୍ତରରେ ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ସେ କାମ କରିଛନ୍ତି।

Spread the love