ଲକ୍ଷ୍ମୀଙ୍କ କୃରତାରୁ ବଂଚିବାକୁ ଚାହୁଁଥିଲେ କରନ୍ତୁ ନାହିଁ ଏହି କାମ !

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଦେବଦେବୀଙ୍କୁ ପୂଜା କରିବାର ଦିନ, ସମୟ ଓ ବିଧି ବିଷୟରେ କୁହାଯାଇଛି। ଏଥି ସହିତ ଭଗବାନଙ୍କ କୃପା ପାଇବା ପାଇଁ ମଧ୍ୟ କେତେକ ଉପାୟ ବିଷୟରେ ବର୍ଣ୍ଣିନା କରାଯାଇଛି। ଠିକ୍‌ ରୀତିନୀତି ବା ବିଧି ମୁତାବକ ପୂଜାର୍ଚ୍ଚନା କରାଗଲେ, ଦେବଦେବୀଙ୍କର ଅଶେଷ କୃପା ଆପଣଙ୍କ ଉପରେ ସଦା ବଜାୟ ରହିଥାଏ। ଜୀବନରେ ସବୁ ପ୍ରକାରର ସୁଖଶାନ୍ତି ମିଳିଥାଏ।
କିନ୍ତୁ ଯଦି ପୂଜା କିମ୍ବା ନିଜ କାମରେ କୌଣସି ଭୁଲ୍‌ ହୋଇଯାଏ, ତ ଏହା ଦେବଦେବୀଙ୍କ ପ୍ରକୋପର କାରଣ ବନିପାରେ। ଆଜି ଆମେ ଆପଣଙ୍କୁ କହିବୁ ଯେ ତାହା କେଉଁ ପ୍ରକାର ଭୁଲ୍‌ ଯଦ୍ଦ୍ଵାରା ଧନର ଦେବୀ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଯାଆନ୍ତି ଏବଂ ଆପଣଙ୍କୁ ଦାରିଦ୍ର୍ୟରେ ରଖିଥାଆନ୍ତି। ଯଦି ଆପଣଙ୍କ ଦ୍ୱାରା ଜଣା ଅଜଣାରେ ଏମିତି କିଛି ଭୁଲ୍‌ ହୋଇଯାଉଛି, ତା’ହେଲେ ତୁରନ୍ତ ଏହାକୁ ସୁଧାରି ନେବା ଉଚିତ।

ମା’ ଲକ୍ଷ୍ମୀଙ୍କୁ ପସନ୍ଦ ନୁହେଁ ଏହି ସବୁ କାମ
୧. ମା’ ଲକ୍ଷ୍ମୀଙ୍କୁ କେବେ ବି ଧଳା ରଙ୍ଗର ଫୁଲ ଚଢ଼ାନ୍ତୁ ନାହିଁ। ମା’ଙ୍କର ଲାଲ୍‌ ଓ ପଦ୍ମଫୁଲ ବହୁତ ପ୍ରିୟ। କାହିଁକି ନା, ମା’ ବିବାହିତା। ତେଣୁ ମା’ଙ୍କ ପୂଜାରେ ଧଳା ରଙ୍ଗର ଫୁଲ ଚଢ଼ାଇବା ବାର୍ଜିତ।
୨. ସୂର୍ଯ୍ୟାସ୍ତ ସମୟ ଏବଂ ଏହା ପରେ କେବେ ବି କାହାକୁ ଲୁଣ, ହଳଦୀ ଓ ଖଟା ଜିନିଷ ଦିଅନ୍ତୁ ନାହିଁ। ଏଥିରେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି।

୩. ବିଳମ୍ବିତ ସମୟ ପର୍ଯ୍ୟନ୍ତ ଶୋଉଥିବା ଲୋକଙ୍କୁ ମା’ ଲକ୍ଷ୍ମୀ ଆଦୌ ସପନ୍ଦ କରନ୍ତି ନାହିଁ। ଯଦି କଠିନ ପରିଶ୍ରମ ସତ୍ତ୍ୱେ ଆପଣ ମା’ଙ୍କର କୃପା ପାଇପାରୁ ନାହାନ୍ତି, ତା’ହେଲେ ତୁରନ୍ତ ନିଜର ଏହି ଅଭ୍ୟାସକୁ ସୁଧାରି ନିଅନ୍ତୁ।

୪. କେବେ ବି ରାତିରେ କେଶ ଏବଂ ନଖ କାଟନ୍ତୁ ନାହିଁ। ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀ ରାଗି ଯାଇଥାଆନ୍ତି ଏବଂ ଘରେ ଦାରିଦ୍ର୍ୟତା ବଢ଼ିଥାଏ।

୫. କେବେ ବି ଅନ୍ନର ଅପମାନ କରନ୍ତୁ ନାହିଁ। କାହିଁକିନା, ଦେବୀ ଅନ୍ନପୂର୍ଣ୍ଣା, ମା’ ଲକ୍ଷ୍ମୀଙ୍କର ହିଁ ସ୍ୱରୂପା। ଏମିତିରେ ଅନ୍ନ ଧ୍ୱଂସ କରିବା, ଭୋଜନ କରିବା ମଝିରୁ ଉଠିବା, ଥାଳି ଫିଙ୍ଗୁଥିବା ବ୍ୟକ୍ତି ଖୁବ୍‌ଶୀଘ୍ର ବରବାଦ୍‌ ହୋଇଯାଇଥାଏ।

Spread the love