୪୦୦ ଲିଟର ମହୁଲି ସହ କାର ଜବତ, ଧରା ହେଲେ ୨, ଜଣେ ଫେରାର

ସ୍ୱିଫ୍ଟରେ ଚାଲାଣ ହେଉଥିଲା ମହୁଲି ମଦ। ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଚାଲିଥିଲା ପେଟ୍ରୋଲିଂ। ଏହି ସମୟରେ ଗାଡି ଅଟକାଇବାରୁ ଚୋରା ଚାଲାଣକାରୀ ଫେରାର ମାରିବାକୁ ଚେଷ୍ଟା କରିଥିଲେ। ଅବକାରୀ କର୍ମଚାରୀ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣଙ୍କୁ ଧରିଥିବା ବେଳେ ଜଣେ ଫେରାର ହେବାରେ ସକ୍ଷମ ହୋଇଛି ।ସୂଚନା ଅନୁଯାୟୀ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ ଓ କ୍ଷୀତିଶ ଦାସ ଏବଂ  ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଞ୍ଚଳ  ଥାନା  ରମ୍ଭିଳା କେନାଲ ଛକ ନିକଟରେ ପେଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଗୋଟିଏ ସ୍ୱିଫ୍ଟ କାରରୁ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି । ଗାଡିରେ ଥିବା ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ଗିରଫ ହୋଇଥିବା ବେଳେ ଜଣେ ଫେରାର ହୋଇଯାଇଛି ।ଗିରଫ ଅଭିଯୁକ୍ତ ହେଉଛନ୍ତି ବାସୁଦେବପୁର ଥାନା ଅନ୍ତର୍ଗତ ସୁଆଁ  ଗ୍ରାମର ନିରଞ୍ଜନ ସିଅଳ ଓ ସିମୁଳିଆ ଥାନା ଅନ୍ତର୍ଗତ ଧୁବଗଡ଼ିଆ ଗ୍ରାମର କମଳାକାନ୍ତ ବେହେରା । ଜବତ ମଦର ଆନୁମାନିକ ମୂଲ୍ୟ  ଦୁଇ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ  ପ୍ରହ୍ଲାଦ ସାମଲ ଓ ଭବେଶ ଦାସ ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ କେସ ନଂ ୧୫୯/୨୦-୨୧ ରେ ମାମଲା ରୁଜ୍ଜୁ କରାଯାଇଛି ।

Spread the love