ମିଥୁନ, ତୁଳା ସମେତ ଏହି ୫ ରାଶିର ବ୍ୟକ୍ତି କାଲି ନିଶ୍ଚୟ କରନ୍ତୁ ଏହି ଉପାୟ: ଶନିଙ୍କ ଅଶୁଭ ପ୍ରଭାବରୁ ମିଳିବ ମୁକ୍ତି

ଭୁବନେଶ୍ୱର ୦୩/୧୦ : ଅକ୍ଟୋବର ୪ ତାରିଖ ସୋମବାର ଦିନ ବିଶେଷ ସଂଯୋଗ ରହିଛି। ସୋମବାର ଦିନ ମାସିକ ଶିବରାତ୍ରି ଓ ପ୍ରଦୋଷ ବ୍ରତ ପଡୁଛି। ସୋମବାର ଭଗବାନ ଶିବଙ୍କୁ ସମର୍ପିତ। ଏହି ଦିନ ପ୍ରଦୋଷ ବ୍ରତ ଓ ମାସିକ ଶିବରାତ୍ରି ପଡିବାରୁ ବିଶେଷ ସଂଯୋଗ ସୃଷ୍ଟି ହେଉଛି। ମାସିକ ଶିବରାତ୍ରି ଓ ପ୍ରଦୋଷ ବ୍ରତରେ ଭଗବାନ ଶିବଙ୍କ ସ୍ୱତନ୍ତ୍ର ଆରାଧନା କରାଯାଏ। ଭଗବାନ ଶିବଙ୍କ କୃପାରୁ ବ୍ୟକ୍ତିଙ୍କ ସବୁ ମନୋସ୍କାମନା ପୂରଣ ହୋଇଥାଏ।

ବର୍ତ୍ତମାନ କୁମ୍ଭ, ମକର, ଧନୁ ରାଶିରେ ଶନିଙ୍କ ସାଢେସାତୀ ଚାଲିଛି ଓ ମିଥୁନ, ତୁଳା ରାଶିରେ ଶନିଙ୍କ ଢେୟା ଚାଲିଛି। ଶନିଙ୍କ ସାଢେସାତୀ ଓ ଢେୟା ଯୋଗୁଁ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ଶନିଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ପାଇବାକୁ ଭଗବାନ ଶିବଙ୍କୁ ଆରାଧନା କରିବା ଉଚିତ। ସୋମବାର ଦିନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ। ଶ୍ରୀ ରୁଦ୍ରାଷ୍ଟକମ ଓ ଲିଙ୍ଗାଷ୍ଟକମ ପାଠ କରନ୍ତୁ। ଏହା ସହ ମା’ ପାର୍ବତୀଙ୍କ ଆଳତୀ ମଧ୍ୟ କରନ୍ତୁ। ଯେକୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା ଅବଶ୍ୟ କରନ୍ତୁ।

ଶନିଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ପାଇବାକୁ ଆସନ୍ତାକାଲି ଏହି ଉପାୟ କରିବାକୁ ଭୁଲନ୍ତୁନି। ସକାଳୁ ସ୍ନାନ କରି ମନ୍ଦିରରେ କିମ୍ବା ଘରେ ରୁଦ୍ରାଷ୍ଟକମ ଓ ଲିଙ୍ଗାଷ୍ଟକମ ସ୍ତୋତ୍ର, ଶିବଙ୍କ ଆଳତୀ ଓ ମାତା ପାର୍ବତୀଙ୍କ ଆଳତୀ ନିଶ୍ଚୟ କରନ୍ତୁ। ଦୂର ହେବ କଷ୍ଟ।

Spread the love