ନବୀନ ନିବାସରେ ବିଧାୟକ ଓ ସାଂସଦ ହେଉଛନ୍ତି ଟିଉସନ୍

ଆକ୍ସନ ମୋଡରେ ଏବେ ବିଜେଡି ସୁପ୍ରିମୋ। ସଭ୍ୟ ସଂଗ୍ରହ ଅଭିଯାନ କେତେ ବାଟ ଗଲା । କାହିକିଁ କମିଛି ସଭ୍ୟ ସଂଗ୍ରହ । ଟାର୍ଗେଟ ପୂରଣ ହେବାରେ ବିଳମ୍ବ କାହିକିଁ । ତୃଣମୂଳସ୍ତରରେ ସଂଗଠନ କିପରି ଅଛି । ରାଜ୍ୟ ସରକାରଙ୍କ ଯୋଜନାର ଲୋକେ କିପରି ସୁବିଧା ପାଉଛନ୍ତି । ଏସବୁ ଟିକନିକ ସମୀକ୍ଷା ସକାଳୁ ସକାଳୁ ନବୀନ ନିବାସରେ  ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କୁ ଡ଼ାକି ପଚାରିବୁଝୁଛନ୍ତି  ନବୀନ ପଟ୍ଟନାୟକ । ତୃଣମୂଳସ୍ତରରେ ଯେଉଁ ନିର୍ବାଚନୀ ମଣ୍ଡଳୀରେ ସଂଗଠନ ଦୁର୍ବଳ ରହିଛି ତାକୁ କିପରି ସୁଦୃଢ କରାଯିବ ସେନେଇ ନେତାଙ୍କୁ ଗୁରୁମନ୍ତ୍ର ଦେବାସହ ଯେଉଁମାନେ ସଂଗଠନଙ୍କୁ ବିଶେଷ ଫୋକସ କରୁନାହାନ୍ତି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରୁଛନ୍ତି ।

ସଭ୍ୟ ସଂଗ୍ରହ ଅଭିଯାନ ଅବଧି ବୃଦ୍ଧି କରିଥିଲେ ମଧ୍ୟ କିଛି ଜିଲ୍ଲାରେ ସଭ୍ୟ ସଂଗ୍ରହ ଧୀମା ପଡ଼ିଯାଇଛି । ଏହିସବୁ ଜିଲ୍ଲାର ପ୍ରତିନିଧିମାନଙ୍କୁ ନବୀନ ନିବାସ ଡ଼ାକି ତାଗିତ କରିଛନ୍ତି । ସକାଳୁ ସକାଳୁ ନେତାଏ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ସହ ସଂଗଠନ ବିଷୟରେ ଆଲୋଚନା ସହ ଚା ପିଇ ଫେରୁଛନ୍ତି ।

Spread the love