କୋରୋନା ଯୋଦ୍ଧା ଅଗ୍ନିସମ ସେବା କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ସୁରେଶ ରାଉତରାୟ

ଜଟଣୀ,୬/୦୫: ମହାମାରୀ ସଂକ୍ରମଣ କୋରୋନାକୁ ପ୍ରତିହତ କରିବାପାଇଁ କାର୍ଯ୍ୟ କରୁଥିବା ଜଟଣୀ ଅଗ୍ନିସମ ସେବା କେନ୍ଦ୍ର ର ସମସ୍ତ କର୍ମଚାରୀ କରୋନା ଯୋଦ୍ଧା ପରି କାର୍ଯ୍ୟ କରିଥିବାରୁ ଜଟଣୀ ନାଗରିକ କମିଟି ପକ୍ଷରୁ ସେମାନଙ୍କୁ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ପୁଷ୍ପଗୁଚ୍ଛ ଓ ଉତ୍ତରିୟ ଦେଇ ସମର୍ଦ୍ଧିତ କରିଥିଲେ।

ଏହି ଅବସରରେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ପ୍ରଦାନ କରି ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଉଚ୍ଚ ପ୍ରଶଂସା କରିଥିଲେ। ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଜଣେ ଜଣେ କରୋନା ଯୋଦ୍ଧା ପରି ଅତି ନିଷ୍ଠା ର ସହିତ କାର୍ଯ୍ୟ କରି ଜଟଣୀ ଅଞ୍ଚଳକୁ ମାହାମାରି କୋରୋନା କୁ ରୋକିବା ପାଇଁ ଭଲଭାବେ ପାଣି ଓ ବିଲୀଚୀଙ୍ଗ ପାଉଡର ରେ ରାସ୍ତାଘାଟ,ଦୋକାନ ବଜାର ଆଦି ବିଶୋଧନ କରିଛନ୍ତି।

 

ସେହିପରି ଆଜି ଜଟଣୀ ରେ ଫ୍ଲାଏ ଓଭର ବ୍ରିଜ ରେ କାର୍ଯ୍ୟ କରୁଥିବା ଶ୍ରମିକ ଯେଉଁମାନେ କି ଅନ୍ୟ ରାଜ୍ୟ ରୁ ଆସି ଦୀର୍ଘଦିନ ଧରି କାମ କରୁଛନ୍ତି ସେମାନଙ୍କୁ ବି ବିଧାୟକ ଶ୍ରୀ ଯୁକ୍ତ ରାଉତରାୟ ମାସ୍କ ଓ ସାନିଟାଇଜର ସହ ଅତ୍ୟାବ୍ୟଶ୍ୟକ ଶୁଖିଲା ଖାଦ୍ୟ ସାମଗ୍ରୀ ଦେଇଥିଲେ।

ଏଠାରେ ସୁଚାଇଦେଉଛୁ କି ଲକଡାଉନ ଘୋଷଣା ଦିନଠାରୁ ଜଟଣୀ ନାଗରିକ କମିଟି ପ୍ରତ୍ୟେକ ଦିନ ଗରିବ ଲୋକ,ଶ୍ରମିକ,ଦିନ ଦରିଦ୍ର,ସଫେଇ କର୍ମଚାରୀ,ଅବହେଳିତ ନିଷ୍ପେସିତ ଲୋକଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ଦେଇ ଆସୁଛନ୍ତି।

ଆଜି ଅନୁଷ୍ଠିତ ସମସ୍ତ କାର୍ଯ୍ୟକର୍ମରେ ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ ସାହୂ,ସୁଲୁ ରଥ,ସଂଗ୍ରାମ ରାଉତରାୟ,ସମ୍ବିତ ମଙ୍ଗରାଜ,ଲିଟୁ ଶତପଥି,ନୌଷର ଅଲ୍ଲୀ,ଏମ ଡି ନାଜିଦ,ରାଜେନ୍ଦ୍ର ମହାରଣା ପ୍ରମୁଖ ଯୋଗଦାନ କରି ସମସ୍ତ କାର୍ଯ୍ୟକର୍ମକୁ ପରିଚାଳନା କରିଥିଲେ।

Spread the love