ସ୍ବାଭିମାନ ଅଞ୍ଚଳର ଶେଷ ସୀମାରେ ଗଡ଼ିଲା ପ୍ରଥମ ସରକାରୀ ବସ୍

ମାଲକାନଗିର : ପ୍ରଥମ କରି ମାଲକାନଗିରି ଜିଲ୍ଲାର ଲାଲ୍ ଗଡ଼ କୁହାଯାଉଥିବା ସ୍ବାଭିମାନ ଅଞ୍ଚଳରଦୀର୍ଘ ଦଶନ୍ଧୀ ଧରି ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ନାଲି ଆଖି ଯୋଗୁଁ ଉନ୍ନୟନ କାର୍ଯ୍ଯ ଠପ୍‌ ହୋଇ ରହିଥିଲା। କେବଳ ଲଞ୍ଚ ହିଁ ଯାତାୟାତର ଏକ ମାତ୍ର ମାଧ୍ୟମ ଥିଲା। ତେବେ ଏହି ଅଞ୍ଚଳରେ BSF ସୁରକ୍ଷା ଯୋଗୁଁ ଉନ୍ନୟନ କାର୍ଯ୍ଯ ଦ୍ରୁତ ଗତିରେ ଆଗେଇ ଚାଲିଛି। ଯାତାୟାତ ପାଇଁ ରାସ୍ତା ଘାଟର ର୍ନିମାଣ କାର୍ଯ୍ଯ ଆଗେଇ ଚାଲିଛି। ତେଣୁ ଏବେ ବିପଦପୂର୍ଣ୍ଣ ଲଞ୍ଚ ଯାତାୟାତ ପରିବର୍ତ୍ତେ ଏବେ ସିଧସଳଖ ବସ ଯୋଗେ ଜିଲ୍ଲା ସଦରମହକୁମାକୁ ଯାଇ ପାରିବେ ସ୍ୱାଭିମାନ ଅଞ୍ଚଳର ଲୋକେ। ରଜ୍ଯ ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ସ୍ଥାନୀୟ ଲୋକେ ବେସ ଖୁସି ଜାହିର କରିଛନ୍ତି। ସ୍ଵାଧୀନତାର ୭୫ ବର୍ଷ ପରେ ନିଜ ଗାଁକୁ ବସ୍ ସେବା ଆରମ୍ଭ ହୋଇଥିବାରୁ ଖୁସିରେ ନାଚିଛନ୍ତି ସ୍ଵାଭିମାନ ଅଞ୍ଚଳବାସୀ। ଶେଷ ସୀମାରେ ଗଡ଼ିଲା ବସ। ମାଲକାନଗିରି ଠାରୁ ପଣସପୁଟକୁ ଆଜି ଠାରୁ ସରକାରୀ ବସର ଶୁଭାରମ୍ଭ ହେଲା। ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ଏହାର ଶୁଭାରମ୍ଭ କରିଛନ୍ତି। ଏଣିକି ସ୍ଵାଭିମାନ ଅଞ୍ଚଳର ଆଦିବାସୀ ଲୋକଙ୍କୁ ଆଉ ହଇରାଣ ହରକତ ହେବାକୁ ପଡ଼ିବ ନାହିଁ । ସରକାରୀ ବସ୍‌ରେ ବସି ସିଧା ମାଲକାନଗିରି ଠାରୁ ପଣସପୁଟ ପର୍ଯ୍ୟନ୍ତ ଆସି ପାରିବେ ଲୋକେ।

ଦୀର୍ଘ ଦଶନ୍ଧୀ ଧରି ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ନାଲି ଆଖି ଯୋଗୁଁ ଉନ୍ନୟନ କାର୍ଯ୍ଯ ଠପ୍‌ ହୋଇ ରହିଥିଲା। କେବଳ ଲଞ୍ଚ ହିଁ ଯାତାୟାତର ଏକ ମାତ୍ର ମାଧ୍ୟମ ଥିଲା। ତେବେ ଏହି ଅଞ୍ଚଳରେ BSF ସୁରକ୍ଷା ଯୋଗୁଁ ଉନ୍ନୟନ କାର୍ଯ୍ଯ ଦ୍ରୁତ ଗତିରେ ଆଗେଇ ଚାଲିଛି। ଯାତାୟାତ ପାଇଁ ରାସ୍ତା ଘାଟର ର୍ନିମାଣ କାର୍ଯ୍ଯ ଆଗେଇ ଚାଲିଛି। ତେଣୁ ଏବେ ବିପଦପୂର୍ଣ୍ଣ ଲଞ୍ଚ ଯାତାୟାତ ପରିବର୍ତ୍ତେ ଏବେ ସିଧସଳଖ ବସ ଯୋଗେ ଜିଲ୍ଲା ସଦରମହକୁମାକୁ ଯାଇ ପାରିବେ ସ୍ୱାଭିମାନ ଅଞ୍ଚଳର ଲୋକେ। ରଜ୍ଯ ସରକାରଙ୍କ ଏଭଳି ପ୍ରୟାସ ଯୋଗୁଁ ସ୍ଥାନୀୟ ଲୋକେ ବେସ ଖୁସି ଜାହିର କରିଛନ୍ତି। ସ୍ଵାଧୀନତାର ୭୫ ବର୍ଷ ପରେ ନିଜ ଗାଁକୁ ବସ୍ ସେବା ଆରମ୍ଭ ହୋଇଥିବାରୁ ଖୁସିରେ ନାଚିଛନ୍ତି ସ୍ଵାଭିମାନ ଅଞ୍ଚଳବାସୀ।

Spread the love