ମୋ ବସ୍ ଡ୍ରାଇଭର, କଣ୍ଡକ୍ଟରଙ୍କୁ ମାଡ : ସାଇଡ୍ ଦେବାକୁ ନେଇ ହାତାହାତି

ଖୋର୍ଦ୍ଧାରେ ବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆକ୍ରମଣ । ଦୁଇ ଜଣ ଯୁବକ ମାଡ଼ ମାରିବା ସହ ମୋବାଇଲ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ କଏଦ ହୋଇଛି ଆକ୍ରମଣର ଦୃଶ୍ୟ । ବସଟି ବୋଲଗଡ଼ ବ୍ଲକ ସାଗଗୁଆରୁ ଆରିକମା ଓ ବାଙ୍କୋଇ ଦେଇ ଯିବା ସମୟରେ ଘଟିଛି ଏଭଳି ଘଟଣା ।ରାସ୍ତା ସଙ୍କିର୍ଣ୍ଣ ଥିବାରୁ ପଛରୁ ଆସୁଥିବା ଏକ ବୋଲେରୋକୁ ସାଇଡ୍ ଦେଇପାରି ନଥିଲେ ବସ ଡ୍ରାଇଭର । ଯାହାକୁ ନେଇ ବସ ଅଟକାଇ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମରିଛନ୍ତି ଦୁଇ ଜଣ ବ୍ୟକ୍ତି । ଏନେଇ ବସ ଡ୍ରାଇଭର ଜଣଙ୍କ ବାଙ୍କୋଇ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଅଧାରରେ ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ ଅଧାରରେ ତଦନ୍ତ ଆରମ୍ଭ କରିଛି ।

Spread the love