ମୋ ପ୍ରତିଭା’ କାର୍ଯ୍ୟକ୍ରମ ପ୍ରତି ପିଲାମାନଙ୍କ ବିଶେଷ ଆକର୍ଷଣ

ଭୁବନେଶ୍ୱର :  ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା କୋଭିଡ୍‌-୧୯ ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ‘ମୋ ପ୍ରତିଭା’ କାର୍ଯ୍ୟକ୍ରମ ପ୍ରତି ପିଲାମାନଙ୍କ ଅହେତୁକ ଆକର୍ଷଣ ବୃଦ୍ଧି ପରିଲକ୍ଷିତ ହେଉଛି । ଚଳିତ ସପ୍ତାହରେ ଏହି କାର୍ଯ୍ୟକ୍ରମ ପଞ୍ଚମ ସପ୍ତାହରେ ପ୍ରବେଶ କରିଥିବାବେଳେ ପ୍ରାୟ ୯୦୦୦ରୁ ଊଦ୍ଧ୍ୱର୍ ଆବେଦନ ବିଭାଗର ହସ୍ତଗତ ହୋଇଛି ।

ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବାବେଳେ ପିଲାମାନେ ନିଜ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମରେ ମନୋନିବେଶ କରି ବହୁସଂଖ୍ୟାରେ ଚିତ୍ରକଳା, କବିତା, କ୍ଷୁଦ୍ରଗଳ୍ପ ଆଦି ପଠାଉଛନ୍ତି । କୋଭିଡ୍‌-୧୯ର ମୁକାବିଲା ଦିଗରେ କୋଭିଡ୍‌ ଯୋଦ୍ଧାମାନଙ୍କର ଅବଦାନକୁ ଏହିସବୁ ସୃଜନଶୀଳ ବିଷୟରେ ଛାତ୍ରଛାତ୍ରୀମାନେ ଚମତ୍କାର ଭାବେ ପ୍ରÒୁଟିତ କରିଛନ୍ତି । ସବୁଥର ପରି ଚଳିତ ସପ୍ତାହର ଫଳ ଆଜି ଘୋଷଣା କରାଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗର ଏହି ଅଭିନବ ଉଦ୍ୟମକୁ ପିତାମାତା, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀଙ୍କ ସମେତ ସବୁସ୍ତରରେ ପ୍ରଶଂସା
କରାଯାଉଛି ।

Spread the love