୬ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମିର ହେବ ଉନ୍ନତୀକରଣ

“ମୋ ସରକାର’ ଟିମ୍‌ର ରିପୋର୍ଟ ଭିତ୍ତିରେ ରାଜ୍ୟର ୬ଟି ଜିଲ୍ଲାର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତୀକରଣ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  “ମୋ ସରକାର’ ଟିମର ପରିଦର୍ଶନ କରିବା ପରେ ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭତ୍ତିମୂମିର ଉନ୍ନତି ପାଇର୍ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି । ୬ଟି ଜିଲ୍ଲା ଯଥା ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ବଲାଙ୍ଗୀର ଓ ସୋନପୁରରେ ସ୍ୱାସ୍ଥ୍ୟସେବା ଭତ୍ତିଭୂମି ଉନ୍ନତୀକରଣ କରାଯିବ । ତେବେ ଏହି ୬ଟି ଜିଲ୍ଲାର ରୋଗୀ କଲ୍ୟାଣ ସମିତିକୁ । ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦ୍ରାପଡ଼ା ଡାକ୍ତରଖାନା ପାଇଁ ୧୫-୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ସମ୍ବଲପୁର ଜିଲ୍ଲା ଡାକ୍ତରଖାନାରେ ଅତିରିକ୍ତ ୫୦ଟି ଶଯ୍ୟାକୁ ଅନୁମୋଦନ ଦିଆଯାଇଛି  ।

୬ ଜିଲ୍ଲାରେ ରକ୍ତଦାନର ପ୍ରୋତ୍ସାହନ ପାଇଁ ଏସପିଙ୍କୁ ମିଳିବ ୧୦-୧୦ ଲକ୍ଷ ଟଙ୍କା । ସେହିପରି  ବଲାଙ୍ଗିର ଓ ସୁବର୍ଣ୍ଣପୁର ଡାକ୍ତରଖାନା ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି । ସମ୍ବଲପୁର ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ଆଉ ୫୦ଟି ଶଯ୍ୟା ଖୋଲିବ । ସମ୍ବଲପୁର ଜିଲ୍ଲା ହସ୍ପିଟାଲକୁ ଭିମସାର୍‌ର ସାଟେଲାଇଟ୍‌ ସେଣ୍ଟର ଭାବେ ବିକଶିତ କରାଯିବ । ଦେବଗଡ଼ ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ ।

ଅନୁଗୁଳ ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯିବ, ଡାଏଲିସିସ୍‌ ୟୁନିଟ୍‌ ସଂପ୍ରସାରଣ ସହ ଅତିରିକ୍ତ ଇସିଜି ମେସିନ୍‌ ଯୋଗାଯିବ । କେନ୍ଦ୍ରାପଡ଼ା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବ । କର୍ମଚାରୀ ବାସଗୃହ, ଆଧୁନିକ ଓପିଡି ଓ ଆଇସିୟୁ ସ୍ଥାପନ କରାଯିବ । ସୁବର୍ଣ୍ଣପୁର ଜିଲ୍ଲା ହସ୍ପିଟାଲରେ ନୂଆ ୭ ମହଲା କୋଠା ନିର୍ମାଣ ହେବ । ୨୦୦ ଶଯ୍ୟା ବିଶିଷ୍ଟ କୋଠା ମାସକ ଭିତରେ ଆରମ୍ଭ ହେବ । ବଲାଙ୍ଗିର ମେଡିକାଲ କଲେଜରେ ୨ ବର୍ଷରେ କୋଠା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।  ଶିକ୍ଷାଦାନ ଓ ହସ୍ପିଟାଲ ପାଇଁ ମଧ୍ୟ କୋଠା ତିଆରି ହେଉଛି ।

Spread the love