ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର

ନବରଙ୍ଗପୁର, ୧୬/୦୧: ମୋବାଇଲ ବ୍ୟାଟେରୀ ଫାଟି ନାବାଳକ ଆହତ । ମେଡିକାଲରେ ଭର୍ତ୍ତି ହେଲେ ନାବାଳକ । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ଚେରାଗୁଡା ଗ୍ରାମରେ ।

ସୂଚନାନୁସାରେ, ଗ୍ରାମରେ ରହୁଥିବା ବୈଦ୍ୟନାଥ ଭତ୍ରାଙ୍କ ୭ ବର୍ଷୀୟ ନାବାଳକ ପୁଅ ଅନନ୍ତ ଭତ୍ରା  ବାହାରେ ଫିଙ୍ଗା ହୋଇଥିବା ଏକ ମୋବାଇଲ ବ୍ୟାଟେରୀକୁ ଧରି ଖେଳୁଥିଲେ । ସେ ବ୍ୟାଟେରୀକୁ ପଥରରେ ଛେଚୁଥିବାଥିବା ବେଳେ ହଠାତ ବ୍ୟାଟେରୀ ଫାଟିଯିବା ଫଳରେ  ନାବାଳକ ଆହତ ହୋଇଥିଲେ ।

ଅଘଟଣରେ ନାବାଳକର ହାତ ପାପୁଲିରେ ଗଭୀର ଆଘାତ ଲାଗିଛି । ଅନ୍ୟ ହାତରେ ମଧ୍ୟ ସାମାନ୍ୟ ପୋଡି ଯାଇଛି । ଏହାସହ ନାବାଳକର ପେଟ ଓ ନାକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଆହତ ଅନନ୍ତଙ୍କୁ ପ୍ରଥମେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଓ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଥିଲା । ବର୍ତ୍ତମାନ ମୁଖ୍ୟ ଚିକିତ୍ସାଳୟରେ ଅନନ୍ତଙ୍କ ଚିକିତ୍ସା ଜାରି ରହିଛି । ତେବେ ତାଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନନ୍ତର କରିବା ପାଇଁ ଡକ୍ତର  ପରାମର୍ଶ ଦେଇଛନ୍ତି ।

Spread the love