ମୋବାଇଲ ଚୋରୀ ହେଲେ ତୁରନ୍ତ ଡାଏଲ କରନ୍ତୁ ଏହି ନମ୍ବରକୁ

ଅଧିକାଂଶ ଲୋକେ ସ୍ମାର୍ଟ ଫୋନ୍‌ ବ୍ୟବହାର କରିବା ପସନ୍ଦ କରନ୍ତି। କିନ୍ତୁ କିଛି ଜଣ ନିଜ ଭୁଲ ପାଇଁ ଫୋନ୍‌ ହଜେଇଥାନ୍ତି ବା ଫୋନ୍‌ ଚୋରୀ ହୋଇଥାଏ।

ଏହା ଦ୍ବାରା ମଣିଷ ଅନେକ ଅସୁବିଧାର ସାମ୍ନା କରେ। ସାଧାରଣତଃ ଫୋନ୍‌ ଚୋରୀ ହୋଇଥିଲେ ଲୋକେ ପୋଲିସର ସାହାଯ୍ୟ ନିଅନ୍ତି। ଫୋନ୍‌ ହଜିଲେ ବା ଚୋରୀ ହୋଇଥିଲେ ଥାନାରେ ଯାଇ ମାମଲା ରୁଜୁ କରନ୍ତି। କିନ୍ତୁ ଏହି ସମସ୍ୟା ପାଇଁ ସରକାର ଏବେ ନୂଆ ବ୍ୟବସ୍ଥା କରିଛନ୍ତି। ଏହି ଟେକ୍‌ନିକ୍‌ ଦ୍ବାରା ଫୋନ୍‌ ଖୋଜିବା ସମସ୍ୟା ଦୂର ହୋଇପାରିବ।

ଏଥିପାଇଁ ସେଣ୍ଟ୍ରାଲ ଡକ୍ୟୁମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର ପ୍ରସ୍ତୁତି କରାଯାଇଛି। ଏହା ଦ୍ବାରା ମୋବାଇଲ ସମ୍ବନ୍ଧିତ ସବୁ ବିଷୟ ଜଣା ପଡିଯିବ। ସରକାର ଏଥିପାଇଁ ହେଲ୍ପଲାଇନ୍‌ ନମ୍ବର ୧୪୪୨୨ରେ କଲ କରିବାକୁ ପରାମର୍ଶ ଦେଉଛନ୍ତି। ଯେଉଁଥିରେ ମୋବାଇଲ ଚୋରୀ ହେବା ବା ହଜିବା ନେଇ ଅଭିଯୋଗ କରିହେବ।

ଫୋନ୍‌ ବନ୍ଦ ଥିଲେ ମଧ୍ୟ ପୋଲିସ ହଜିଥିବା ଫୋନ୍‌ ଟ୍ରାକ୍‌ କରିପାରିବ। ଏହି ହେଲ୍ପଲାଇନ୍‌ ନମ୍ବରରେ କଲ କରି ବା ମେସେଜ ଦ୍ବାରା ମଧ୍ୟ ମାମଲା ରୁଜୁ କରିହେବ। ଏଥିପାଇଁ ଟେଲିକମ୍‌ ବିଭାଗ ଏକ ନୂଆ ଟେକ୍‌ନିକ୍‌ ଆରମ୍ଭ କରିଛନ୍ତି। ଯେଉଁଥିରେ ମୋବାଇଲ ସର୍ଭିସ ପ୍ରୋଭାଇଡର ଓ ପୋଲିସ ପରସ୍ପର ସହ କଥା ସମନ୍ବୟ ରକ୍ଷାକରି ମୋବାଇଲକୁ ଖୋଜିପାରିବେ। ଦୂରସଂଚାର ମନ୍ତ୍ରାଳୟ ପ୍ରଥମେ ଏହି ସର୍ଭିସକୁ ପାଇଲଟ ପ୍ରୋଜେକ୍ଟ ଭାବେ ମହାରାଷ୍ଟ୍ରରେ ଆରମ୍ଭ କରିବାକୁ ଯାଉଛନ୍ତି। ଏହାପରେ ଚଳିତ ବର୍ଷ ହିଁ ଏହି ସର୍ଭିସ ପ୍ରତ୍ୟେକ ରାଜ୍ୟରେ ଲାଗୁ ହେବ।

Spread the love