ମୋଦୀ ମା’ଙ୍କ ଠାରୁ ଆଶୀର୍ବାଦ ନେଇ ଆରମ୍ଭ କଲେ ନିଜର ୬୯ତମ ଜନ୍ମଦିନ

ବିଶ୍ୱର ଅନ୍ୟତମ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଆଜି (ସେପ୍ଟେମ୍ବର ୧୭) । ଏହି ଅବସରରେ ମୋଦୀ ଆଜି ତାଙ୍କର ମା’ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି । ଜନ୍ମଦିନ ଅବସରରେ ମୋଦୀ ଆଜି ଗୁଜୁରାଟରେ ଅଧିକ ସମୟ ଅତିବାହିତ କରିବେ । ସେ ରବିବାର ରାତି ୧୧ଟାରେ ଅହମଦାବାଦ ବିମାନବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରେ ମୋଦୀଙ୍କ ସ୍ୱାଗତ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ପହଂଚିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭୋର ସକାଳୁ ମା’ ହୀରାବେନଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ମା’ଙ୍କ ଠାରୁ ଆଶୀର୍ବାଦ ନେବା ପରେ କିଛି ସମୟ ଘରେ ବସି ମା’ଙ୍କ ସହିତ କଥାବାର୍ତ୍ତା କରିଛନ୍ତି । ଏହାପରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବାହାରିଛନ୍ତି । ସେ ଗାନ୍ଧୀନଗର ହେଲିପ୍ୟାଡ ଠାରୁ ନର୍ମଦା କେୱାଡିଆ କଲୋନୀରେ ବିକାଶ କାମ ସମୀକ୍ଷା କରିବେ । ସେହିପରି ପୂର୍ବାହ୍ଣ ୯ଟା ୩୦ରେ ସର୍ଦ୍ଦାର ସରୋବର ଡ୍ୟାମ ଗସ୍ତ କରିବେ । ଗୁଜୁରାଟ ସରକାର ଏଠାରେ ‘ନମାମୀ ଦେବୀ ନର୍ମଦା’ ନାମରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛି । ଗୁଜୁରାଟରେ ପ୍ରଧାନମନ୍ତ୍ରୀ ମୋଦୀ ନର୍ମଦା ନଦୀରେ ପୂଜାର୍ଚ୍ଚନା କରିବେ ।

ପ୍ରଧାନମନ୍ତ୍ରୀ ମୋଦୀ ନର୍ମଦାରେ ପୂଜାର୍ଚ୍ଚନା କରୁଥିବା ବେଳେ ଏହି ସମୟରେ ରାଜ୍ୟର ୫୦୦୦ ନଦୀ, ପୋଖରୀ ଓ ଡ୍ୟାମରେ ମଧ୍ୟ ପୂଜାର୍ଚ୍ଚନା ହେବ । ପରିବେଶକୁ ସ୍ୱଚ୍ଛ ରଖିବା ସଂକଳ୍ପ ନେଇ ଏହି ପୂଜାର୍ଚ୍ଚନା ହେବ । ମୋଦୀ ସରୋବର ଡ୍ୟାମସ୍ଥିତ ଦତ୍ତ ମନ୍ଦିରରେ ଆରତୀ କରିବେ । ମନ୍ଦିରରେ ବାସୁଦେବାନନ୍ଦଙ୍କ ସମାଧୀ ମନ୍ଦିର ନମନ କରି ଦତ୍ତ ମନ୍ଦିର ନିକଟରେ ଏଠାକାର ସୌନ୍ଦର୍ଯ୍ୟ ଦେଖିବେ ।

ପୂର୍ବାହ୍ଣ ୧୧ଟାରେ ମୋଦୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ଏହା ପ୍ରାୟ ୧ ଘଣ୍ଟା ଚାଲିବ । ଅପରାହ୍ଣ ୧ଟା ୧୫ରେ ଗାନ୍ଧିନଗର ଫେରିବେ । ପରେ ସେ ରାଜଭବନ ଯାଇ କିଛି ସମୟ ବିଶ୍ରାମ ନେବେ । ଏହାରି ମଧ୍ୟରେ ସେଠାରେ ଏକ ବୈଠକ ହେବ । ଅପରାହ୍ଣ ୨ଟା ୩୦ରେ ବିମାନବନ୍ଦର ଯାଇ ଦିଲ୍ଲୀ ଫେରିଯିବେ ।

Spread the love