ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ : ଏମଏସପି ଥିଲା, ଅଛି ଆଉ ରହିବ

ନୂଆଦିଲ୍ଲୀ, ୮/୨: ରାଜ୍ୟସଭାରେ ଚାଷୀ ଆନ୍ଦୋଳନ ନେଇ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ। ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଗୃହରେ ଜୋରଦାର ଆଲୋଚନା ହେଲା। ଚାଷୀ ଆନ୍ଦୋଳନ କ’ଣ ପାଇଁ ହେଉଛି କେହି କିଛି କହିଲେନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛିନ୍ତି ।
ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ରାଜ୍ୟସଭାରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, କୃଷି ଆଇନକୁ ନେଇ ବିରୋଧୀ ୟୁଟର୍ଣ୍ଣ କରିଛନ୍ତି । ତେଣୁ ଆନ୍ଦୋଳନରୁ ଚାଷୀଙ୍କୁ ଓହରିବାକୁ ସେ ଅନୁରୋଧ କରିଛନ୍ତି । ଏମଏସପି ଥିଲା, ଅଛି ଆଉ ଏମଏସପି ରହିବ । କ୍ଷୁଦ୍ର ଚାଷୀଙ୍କୁ ଦୃଷ୍ଟିରେ ରଖି ସମସ୍ତ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Spread the love