ଇସ୍କନ ସଂସ୍ଥାପକ ସ୍ୱାମୀ ପ୍ରଭୁପାଦଙ୍କ ୧୨୫ ତମ ଜୟନ୍ତୀ ଅବସରରେ ସ୍ମାରକ ମୁଦ୍ରା ଜାରି କରିବେ ମୋଦି

ନୂଆଦିଲ୍ଲୀ ୩୧/୦୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଶ୍ରୀଲ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀଙ୍କ ୧୨୫ରେ ତମ ଜୟନ୍ତୀ ଅବସରରେ ୧୨୫ ଟଙ୍କିଆ ବିଶେଷ ସ୍ମାରକ ମୁଦ୍ରା ଜାରି କରିବେ ଓ ଏକ ସଭାକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ ମୋଦି ଭିଡିଓ କନ୍ଫରେନ୍ସ ମାଧ୍ୟମରେ ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

ସ୍ୱାମୀଜୀ ଇଣ୍ଟରନ୍ୟାଶନାଲ ସୋସାଇଟି ଫର କୃଷ୍ଣା କନସିୟସନେସ (ଇସ୍କନ) ସ୍ଥାପନା କରିଥିଲେ ଯାହା ସାଧାରଣତଃ ‘ହରେ କୃଷ୍ଣ ଆନ୍ଦୋଳନ’ ଭାବେ ଜଣାଶୁଣା।

ଇସ୍କନ ଶ୍ରୀମଦଭାଗବତଗୀତା ଓ ଅନ୍ୟ ବୈଦିକ ସାହିତ୍ୟର ୮୯ ଭାଷାରେ ଅନୁବାଦ କରିଛନ୍ତି ଯାହା ସାରା ବିଶ୍ୱରେ ବୈଦିକ ସାହିତ୍ୟର ପ୍ରସାରରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସ୍ୱାମୀଜୀ ୧୦୦ ରୁ ଅଧିକ ମନ୍ଦିର ମଧ୍ୟ ସ୍ଥାପନା କରିଛନ୍ତି ଓ ଦୁନିଆକୁ ଭକ୍ତି ଯୋଗର ମାର୍ଗ ଦେଖାଉଥିବା ଅନେକ ବହି ଲେଖିଛନ୍ତି।

Spread the love