ଇସ୍କନର ସଂସ୍ଥାପକ ସ୍ଵାମୀ ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀ, ୧୨୫ ଟଙ୍କିଆ ସ୍ଵତନ୍ତ୍ର ମୁଦ୍ରା ଜାରି

ନୂଆଦିଲ୍ଳୀ ୦୧।୦୯: ଇସ୍କନ ମାଧ୍ୟମରେ ଦେଶ ବିଦେଶରେ କୃଷ୍ଣ ଭକ୍ତିର ପ୍ରଚାର ପ୍ରସାର କରିଥିବା ଶ୍ରୀ ଭକ୍ତିବେଦାନ୍ତ ସ୍ଵାମୀ ପ୍ରଭୁପାଦଙ୍କ ୧୨୫ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨୫ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି। ଏହା ଜରିଆରେ ତାଙ୍କ ସ୍ମୁତିକୁ ଚିରସ୍ଥାୟୀ କରାଯାଇଛି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ମୁଦ୍ରା ଜାରି କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତକାଲି ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଥିଲା ଏବଂ ଆଜି ଆମେ ଶ୍ରୀ ପ୍ରଭୁପାଦ ଜୀଙ୍କ ୧୨୫ତମ ଜନ୍ମଜୟନ୍ତୀ ପାଳନ କରୁଛେ। ଏମିତି ଲାଗୁଛି ଯେପରି ସାଧନାର ସୁଖ ଓ ସନ୍ତୋଷ ଏକ ସଙ୍ଗେ ମିଶି ଯାଇଛନ୍ତି। ଏହି ଭାବକୁ ଆଜି ପୂରା ଦୁନିଆରେ ସ୍ଵାମୀ ପ୍ରଭୁପାଦଙ୍କ ଲକ୍ଷାଧିକ କୋଟି ଅନୁଗାମୀ କୃଷ୍ଣ ଭକ୍ତ ଅନୁଭବ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ହେଉଛି ଏମିତି ସୁଖଦ ସଂଯୋଗ ଯେଉଁଠି ମହାନ ଦେଶଭକ୍ତଙ୍କ ୧୨୫ତମ ଜନ୍ମଦିନ ଏମିତି ସମୟରେ ପାଳନ କରାଯାଉଛି, ଯେଉଁଠି ଦେଶ ନିଜ ସ୍ଵାଧୀନତାର ୭୫ ବର୍ଷପୂର୍ତ୍ତିର ଅମୃତ ମହୋତ୍ସବ ପାଳନ କରୁଛି।

Spread the love