ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ୱିଟର୍ ଆକାଉଣ୍ଟ ହ୍ୟାକ୍, ବିଟ୍ କଏନକୁ ନେଇ ଟ୍ୱିଟ୍ କଲେ ହ୍ୟାକର୍

ନୂଆଦିଲ୍ଲୀ, ୧୨|୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟୁଇଟର୍ ଆକାଉଣ୍ଟ ହ୍ୟାକ୍ । ବିଟ୍ କଏନକୁ ନେଇ ଟୁଇଟ୍ । ଭାରତରେ ଏବେ ବିଟ୍ କଏନ୍ ଅଥବା ଅନ୍ୟ କୌଣସି ମୁଦ୍ରାକୁ ସରକାର ମାନ୍ୟତା ଦେଇନାହାନ୍ତି। ଏହାରି ମଧ୍ୟରେ ହ୍ୟାକର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ଟୁଇଟର ଆକାଉଣ୍ଟକୁ ହ୍ୟାକ୍ କରି ବିଟକଏନକୁ ନେଇ ଏଭଳି ଟୁଇଟ୍ କରିଛନ୍ତି। ଅଳ୍ପ ସମୟ ମଧ୍ୟରେ ଏହାକୁ ଡିଲିଟ୍ କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ଯେ, ପିଏମଙ୍କ ଟୁଇଟର୍ ଆକାଉଣ୍ଟକୁ ପୁଣି ଥରେ ସୁରକ୍ଷିତ କରାଯାଇଛି। ରାତି ୨ଟା ୧୧ ମିନିଟରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିଲା। ହ୍ୟାକର୍ ଏକ ଟୁଇଟ୍ କରି ଦାବି କରିଥିଲେ ଯେ, ‘ଭାରତ ସରକାରୀ ଭାବେ ବିଟ୍ କଏନକୁ ଆଇନଗତ ଭାବେ ସ୍ବୀକୃତି ପ୍ରଦାନ କରିଛି। ସରକାର ମଧ୍ୟ ୫୦୦ ବିଟ୍ କଏନ କିଣି ଲୋକଙ୍କୁ ବାଣ୍ଟୁଛନ୍ତି। ମାତ୍ର ୨ ମିନିଟ ପରେ ଏହି ଟୁଇଟକୁ ଡିଲିଟ କରି ଦିଆଯାଇଛି। ପୁଣି ଥରେ ରାତି ୨ଟା ୧୪ ମିନିଟ ବେଳକୁ ପୂର୍ବ ଭଳି ଟୁଇଟର ଆକାଉଣ୍ଟ ସୁରକ୍ଷିତ ଅଛି ବୋଲି ଟ୍ୱିଟ୍ କରାଯାଇଥିଲା।

ଅନେକ ୟୁଜର୍ସଙ୍କ କହିବା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ ହୋଇପାରୁଛି ଯଦି ସୁରକ୍ଷା ପାଇଁ ବଡ଼ ବିପଦ। ପିଏମଓ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟୁଇଟର ଆକାଉଣ୍ଟରେ ହ୍ୟାକର ହସ୍ତକ୍ଷେପ କରିଛନ୍ତି। ମାତ୍ର ଏହାକୁ ଯଥାଶୀଘ୍ର ସୁରକ୍ଷିତ କରାଯାଇଛି। ଏସଂକ୍ରାନ୍ତରେ ଟୁଇଟରକୁ ସୂଚନା ପ୍ରଦାନ କରାଯାଇଛି।

Spread the love