କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ, PMAYରେ ଘର ଯୋଗାଇଦେବାକୁ ଦାବି

ନୂଆଦିଲ୍ଲୀ ୧୪।୧୨: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ବିଜେଡି ସାଂସଦମାନେ ଭେଟିଛନ୍ତି । PMAYରେ ଓଡ଼ିଶାକୁ ଘର ଯୋଗାଇଦେବା ପାଇଁ ସାଂସଦମାନେ ଦାବି କରିଛନ୍ତି । ସାଂସଦମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବିକୁ ଦୋହରାଇଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ PMAYରେ ଘର ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଖୁବ୍‌ଶୀଘ୍ର ବିଜେଡି ସାଂସଦଙ୍କ ସହ ଆଲୋଚନା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ତେବେ ସାଂସଦମାନେ ଫନି ବିପନ୍ନଙ୍କ ପାଇଁ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ।

Spread the love