ନିଜର ଟ୍ଵିଟର ପ୍ରୋଫାଇଲ ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦୀ, ନୂଆ ରୂପରେ ଆସିଲେ ନଜର

ନୂଆଦିଲ୍ଲୀ ୦୭।୦୧ : ବଦଳିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ଟ୍ଵିଟର ପ୍ରୋଫାଇଲ ଫଟୋ। ସଦ୍ୟତମ ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାତ ଯୋଡିଥିବା ନଜର ଆସିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟ୍ଵିଟର ହ୍ୟାଣ୍ଡେଲରେ ୧୦୦ କୋଟି କରୋନା ଭ୍ୟାକ୍ସିନ ସଂପର୍କିତ ଏକ ଫଟୋ ଲାଗିଥିଲା। ଏହାକୁ ପ୍ରଧାନମନ୍ତ୍ରୀ ଅକ୍ଟୋବର ମାସରେ ଲଗାଇଥିଲେ। ଏବେ ପ୍ରୋଫାଇଲ ଫଟୋକୁ ପ୍ରଧାନମନ୍ତ୍ରୀ ବଦଳାଇଛନ୍ତି।

ଏହା ପୂର୍ବରୁ  ପ୍ରଧାନମନ୍ତ୍ରୀ ଗତବର୍ଷ ଅକ୍ଟୋବର ୨୨ରେ ଟ୍ଵିଟରର ପ୍ରୋଫାଇଲ ଫଟୋ ବଦଳାଇଥିଲେ।  ସେହି ସମୟରେ ଭାରତ କରୋନା ଭ୍ୟାକ୍ସିନର ୧୦୦ କୋଟି ଡୋଜ୍ ଲଗାଇ ନୂତନ କୀର୍ତ୍ତିମାନ ସ୍ଥାପନ କରିଥିଲା। ଏହି ସଫଳତାରେ ପ୍ରଧାନମନ୍ତ୍ରୀ ପ୍ରୋଫାଇଲ ଫଟୋ ବଦଳାଇ ୧୦୦ କୋଟି କରୋନା ଭ୍ୟାକ୍ସିନର ଫ୍ରେମ୍ ଲଗାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ଵିଟରରେ ଦୁନିଆର ସବୁଠୁ ଲୋକପ୍ରିୟ ନେତାଙ୍କ ମଧ୍ୟରୁ ଅନ୍ୟତମ। ବର୍ତ୍ତମାନ ତାଙ୍କର ଫୋଲଅର୍ସଙ୍କ ସଂଖ୍ୟା ୭୪ ମିଲିୟନରୁ ଅଧିକ ରହିଛି। ସେ ସାମାଜିକ ପ୍ଲାଟଫର୍ମରେ ପ୍ରାୟ ଅଢେଇ ହଜାର ଲୋକଙ୍କୁ ଅନୁସରଣ କରିଛନ୍ତି।

Spread the love