ପ୍ରଧାନମନ୍ତ୍ରୀଙ୍କ ଘୋଷଣା; ପ୍ରତିବର୍ଷ ଜାନୁଆରୀ ୧୬କୁ ଦେଶ ପାଳିବ ‘ରାଷ୍ଟ୍ରୀୟ ଷ୍ଟାର୍ଟ-ଅପ ଦିବସ’

ନୂଆଦିଲ୍ଲୀ ୧୫/୦୧ : ଶନିବାର ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ସହ ବୈଠକ କରି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଣିକି ପ୍ରତିବର୍ଷ ଜାନୁଆରୀ ୧୬କୁ ରାଷ୍ଟ୍ରୀୟ ଷ୍ଟାର୍ଟ-ଅପ ଦିବସ ରୁପେ ପାଳନ କରାଯିବ। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଷ୍ଟାର୍ଟ ଅପ ବ୍ୟବସାୟୀଙ୍କ ସହ ଆଲୋଚନ କରି ଏହା ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି, ଷ୍ଟାର୍ଟ ଅପର ପ୍ରଥା ଦୂର-ଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚୁ, ଏଥିପାଇଁ ପ୍ରତି ବର୍ଷ ଜାନୁଆରୀ ୧୬କୁ ରାଷ୍ଟ୍ରୀ ଷ୍ଟାର୍ଟ ଅପ ଦିବସ ରୁପେ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି , ଦେଶରେ ପିଲାଟି ଦିନରୁ ହିଁ ଛାତ୍ରଛାତ୍ରୀକୁ ନବସୃଜନ ପ୍ରତି ଆକୃଷ୍ଟ କରିବା ଆମର ଲକ୍ଷ୍ୟ । ୯ ହଜାରରୁ ଅଧିକ ଅଟଳ ଥିଙ୍କରିଙ୍ଗ ଲ୍ୟାବରେ ପିଲାଙ୍କୁ ସ୍କୁଲରେ ନବସୃଜନ ଏବଂ ନୂଆ ଚନ୍ତାଧାର ଉପରେ କାମ କରିବାକୁ ସଯୋଗ ଦିଆଯାଉଛି । ରାଷ୍ଟ୍ରୀୟ ଷ୍ଟାର୍ଟ ଅପ ଦିବସର ଘୋଷଣା ସହ ସମସ୍ତ ଯୁବ ଉଦ୍ୟମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ କହିଛନ୍ତି, ନବସୃଜନ ସୃଷ୍ଟି କରିବା ଦିଗରେ ଭାରତ ଯେଉଁ ଅଭିଯାନ ଜାରି ରଖିଛି, ତାର ପ୍ରଭାବ ଗ୍ଲୋବାଲ ଇନୋଭେସନ ସୂଚକାଙ୍କରେ ଦେଖିବାକୁ ମିଳିଛି । ୨୦୧୫ରେ ଏହି ସୂଚକାଙ୍କରେ ଭାରତ ୮୧ତମ ସ୍ଥାନରେ ରହିଥିଲା। ବର୍ତ୍ତମାନ ଭାରତ ଏହି ସୂଚକାଙ୍କର ୪୬ତମ ସ୍ଥାନରେ ରହିଛି।

Spread the love