୧୭ରୁ ବିଶ୍ୱ ଆର୍ଥିକ ମଞ୍ଚର ଡାଭୋସ ଶିଖର ସମ୍ମିଳନୀ, ସୋମବାର ସମ୍ୱୋଧନ କରିବେ ମୋଦି

ନୂଆଦିଲ୍ଲୀ,୧୬/୦୧ : ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆର୍ଥିକ ମଞ୍ଚର ଡାଭୋସ ଶିଖର ସମ୍ମିଳନୀକୁ ସମ୍ୱୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ୫ ଦିନ ଧରି ଚାଲିବ ଏହି ଶିଖର ସମ୍ମିଳନୀ। ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦି ‘ବୈଶ୍ୱିକ ସ୍ଥିତି’ ବିଷୟ ଉପରେ ସମ୍ମିଳନୀକୁ ସମ୍ୱୋଧିତ କରିବେ। କରୋନା ପାଇଁ ଲଗାତାର ଦ୍ୱିତୀୟ ଥର ପାଇଁ ଦାବୋସ ଏଜେଣ୍ଡା ଶିଖର ସମ୍ମିଳନୀର ଆୟୋଜନ ଭର୍ଚୁଆଲ ମାଧ୍ୟମରେ କରାଯାଉଛି।

ସୋମବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମ୍ୱୋଧନ ସହ ଏହି ଶିଖର ସମ୍ମିଳନୀର ଆରମ୍ଭ ହେବ। ଏହାପରେ ଦୁଇଟି ଭର୍ଚୁଆଲ ଅଧିବେଶନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାତି ୮.୩୦ରେ ଶିଖର ସମ୍ମିଳନୀକୁ ସମ୍ୱୋଧନ କରିବେ। ମୋଦିଙ୍କ ପରେ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିୟୋ ଗୁଟେରେସ ସମ୍ମିଳନୀକୁ ସମ୍ୱୋଧିତ କରିବେ। ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫ୍‌ତାଲୀ ବେନେଟ ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିୟୋ ସମ୍ୱୋଧନ କରିବେ। ଏହି ମଞ୍ଚରେ ସାରା ଦୁନିଆର ନେତା ୨୦୨୨ ପାଇଁ ଥିବା ନିଜର ଦୃଷ୍ଟିକୋଣକୁ ବିଶ୍ୱ ଆଗରେ ରଖିବେ।

Spread the love