ତିନି ଦିନିଆ ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟ୍

ନୂଆଦିଲ୍ଳୀ ୨୨।୦୩ :  ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟ ୩ ଦିନିଆ ଭାରତ ଗସ୍ତରେ ଆସିବେ। ଏପ୍ରିଲ ୩ରୁ ୫ ଯାଏ ସେ ଭାରତରେ ରହିବେ। ଏହି ଅବସରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଅନେକ ବୈଠକ କରିବେ। ଭାରତ ଏବଂ ଇସ୍ରାଏଲର ରାଜନୈତିକ ସମ୍ପର୍କର ୩୦ ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ।

ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେଫତାଲୀ ବେନେଟଙ୍କୁ ଆମନ୍ତ୍ରିତ କରିଥିଲେ । ଗ୍ଲାସଗୋରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଭେଟିଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନଫତାଲୀଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ।

ଗସ୍ତକୁ ନେଇ ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ଅଧିକ ଉତ୍ସାହିତ ଅଛନ୍ତି। ଇସ୍ରାଏଲ ଗଣମାଧ୍ୟମ ପରାମର୍ଶଦାତାଙ୍କ ସୂଚନା ଅନୁସାରେ, ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ଅଧିକ ମଜବୁତ କରିବା ଏହି ଗସ୍ତର ଲକ୍ଷ୍ୟ। ଏହାସହ ଦୁଇ ଦେଶର ଅର୍ଥବ୍ୟବସ୍ଥା, ରିସର୍ଚ୍ଚ ଏବଂ ଡେଭପଲମେଣ୍ଟ, କୃଷି, ନବସୃଜନ ଏବଂ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଇସ୍ରାଏଲ ଭାରତ ଜଳ ଜୀବନ ମିଶନକୁ ପ୍ରଶଂସା କରିଛି।

Spread the love