ହୁ’ ମୁଖ୍ୟଙ୍କ ନୂଆ ନାଁ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଟ୍ରେଡୋସଙ୍କ ନିବେଦନ ପରେ ରଖିଲେ ‘ତୁଳସୀ ଭାଇ’

ନୂଆଦିଲ୍ଲୀ,୨୦/୦୪: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଗେବ୍ରେୟସସଙ୍କ ନୂଆ ନାଁ ତୁଳସୀ ଭାଇ। ଟ୍ରେଡୋସଙ୍କ ନିବେଦନ ପରେ ଏହି ଗୁଜରାତୀ ନାଁ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ପୂର୍ବରୁ ଗୁଜରାଟର ଜାମନଗରରେ ଡବ୍ଲୁଏଚଓର ଗ୍ଲୋବାଲ ସେଣ୍ଟର ଫର ଡ୍ରେସିଲନାଲ ମେଡିସିନର ଉଦଘାଟନ ସମାରୋହକୁ ଗୁଜରାଟୀ ଭାଷାରେ ସମ୍ୱୋଧନ କରିଥିଲେ ହୁ ମୁଖ୍ୟ । ହାତ ଯୋଡି ସମସ୍ତଙ୍କୁ ନମସ୍କାର କରି, ଗୁଜରାଟୀ ଭାଷାରେ ଲୋକଙ୍କୁ କେମଛୋ ପଚାରିଥିଲେ।ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ଗାନ୍ଧୀ ନଗରରେ ବୈଶ୍ୱିକ ଆୟୁଷ ନିବେଶ ଏବଂ ଉଦ୍ଭାବନ ସମ୍ମିଳନୀକୁ ସମ୍ୱୋଧିତ କରି କହିଥିଲେ, ୨୦୧୪ରେ ଆୟୁଷ ଉଦ୍ୟୋଗରେ ତିନି ବିଲିୟନ ଡଲାର ଥିଲା, ଯାହା ଏବେ ୧୮ ବିଲିୟନ ଡଲାରରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଭାରତର ପାରମ୍ପାରିକ ଚିକିତ୍ସା ପଦ୍ଧତି ପାଇଁ ଦେଶକୁ ଆସୁଥିବା ଲୋକଙ୍କ ପାଇଁ ଶୀଘ୍ର ଆୟୁଷ ଭିସା ଶ୍ରେଣୀ ଆରମ୍ଭ କରାଯିବ। ଏହାସହ ଖୁବଶୀଘ୍ର ଭାରତ ଆୟୁଷ ମାର୍କ ଜାରି କରିବ, ଯାହା ଦେଶର ଗୁଣବତ୍ତାପୂର୍ଣ୍ଣ ଆୟୁଷ ଉତ୍ପାଦକୁ ପ୍ରମାଣିକତା ପ୍ରଦାନ କରିବ।

ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ଗୁଜରାଟର ଜାମନଗରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ହୁ ନିର୍ଦ୍ଦେଶକ ଟ୍ରେଡୋସ ଏଡନାମ ଗେବ୍ରିୟସସ ଡବ୍ଲୁଏଚଓ ଗ୍ଲୋବାଲ ସେଣ୍ଟର ଫର ଟ୍ରେଡିସନାଲ ମେଡିସିନର ଶିଳାନ୍ୟାସ କରିଥିଲେ।

Spread the love