କହିଥିଲେ, ୨୪ ଘଣ୍ଟା ଭିତରେ କାମରେ କରି ଦେଖାଇଲେ

ଗତକାଲି ଅପରାହ୍ନରେ କଥା ଦେଇଥିଲେ, ଆଉ ୨୪ ଘଣ୍ଟା ନପୁରୁଣୁ ତାହା କରି ଦେଖାଇଛନ୍ତି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ।  କେବଳ ଏହି ଗୋଟିଏ ନୁହେଁ, ବରଂ ଦେଶର ଶାସନ ଭାର ତୁଲାଇବା ଠାରୁ ଦେଶବାସୀ ଙ୍କୁ ଦେଇଥିବା କଥା ସେ  ପାଳନ କରିଛନ୍ତି।  ଦେଶରୁ ଲାଞ୍ଚ ପ୍ରଥା ହଟି ଯାଇଛି। ଦେଶର ଗର୍ବ ଓ ଗୌରବ ସାରା ବିଶ୍ୱରେ ଅଧିକ ଲୋକପ୍ରିୟ ହୋଇଛି। ଫଳରେ ସେ ବିଶ୍ୱ ନେତା  ଭାବେ ପରିଚିତ ହୋଇପାରିଛନ୍ତି। ଧାରା 370 ଏବଂ 35A, ତିନି ତଲାକ ପ୍ରଥା କୁ ସେ ହଟାଇ ଦେଶବାସୀ ଙ୍କୁ ଦେଇଥିବା କଥା ପାଳନ କରିଛନ୍ତି। 

ସୂଚନାଯୋଗ୍ୟ, ମହାବାତ୍ୟା ଅମ୍ଫାନ କ୍ଷୟକ୍ଷତି ଆକାଶ ମାର୍ଗରୁ ଦେଖି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓଡ଼ିଶା ପାଇଁ ଅଗ୍ରିମ ୫୦୦ କୋଟିର ସହାୟତା ଘୋଷଣା କରିଥିଲେ। ତେବେ ଘୋଷଣାର ୨୪ ଘଣ୍ଟା ନ ପୂରଣୁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ମିଳିଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି। ରାଜ୍ୟର ସ୍ୱତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଟୁଇଟ୍ କରି ଏହି ସୂଚନା ଦେବା ସହ ଏହି ତ୍ୱରିତ ପଦକ୍ଷେପ ଲାଗି ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି।

ଏସଆରସି ଟୁଇଟରେ ଲେଖିଛନ୍ତି, ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର ୨୪ଘଣ୍ଟାରୁ କମ୍ ସମୟ ମଧ୍ୟରେ ଗୃହ ମନ୍ତ୍ରାଳୟ ୫୦୦କୋଟି ଓଡ଼ିଶା ସରକାରଙ୍କୁ ପ୍ରଦାନ କଲେ। ଆମେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଦେଉଛୁ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ଅମ୍ଫାନ୍ କ୍ଷୟକ୍ଷତି ଦେଖିବା ପରେ ଅଗ୍ରିମ ସହାୟତା ଭାବେ ୫୦୦ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ। ଏଥିସହ  ମୃତକଙ୍କ ପରିବାର ଲାଗି ୨ଲକ୍ଷ ଟଙ୍କା ଓ ଆହତଙ୍କ କ୍ଷେତ୍ରରେ ୫୦ ହଜାର ଟଙ୍କାର ଅନୁକମ୍ପା ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ପରେ ସୂଚନା ମିଳିଥିଲା ।

ପ୍ରଧାନମନ୍ତ୍ରୀ ଓଡ଼ିଶାର ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌ର ପ୍ରଶଂସା କରିବା ସହିତ ଖୁବ୍ ଶୀଘ୍ର କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଆସିବେ ଓ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Spread the love