ଟନେଲ୍‌ ଓ ଭୂତଳରାସ୍ତା ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମୈଦାନ ସମନ୍ବିତ ଟ୍ରାଞ୍ଜିଟ୍‌ କରିଡର ପ୍ରକଳ୍ପର ମୁଖ୍ୟ ଟନେଲ୍‌ ସମେତ ପାଞ୍ଚଟି ଭୂତଳ ରାସ୍ତା ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ମୋଦୀ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ଆମ ଦିଲ୍ଲୀର ଦ୍ବାରକାରେ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନ କେନ୍ଦ୍ର ତିଆରି ହେଉଛି, ସେହିପରି ପ୍ରଗତି ମୈଦାନରେ ପୁନର୍ବିକାଶ ପ୍ରକଳ୍ପ। ଏସବୁ ଏହାର ଏକ ଉଦାହରଣ। ଗତ ବର୍ଷ ମୁଁ ଏଠାରେ ଚାରୋଟି ପ୍ରଦର୍ଶନୀ ହଲର ଉଦଘାଟନ କରିବାର ସୁଯୋଗ ପାଇଥିଲି ଏବଂ ଆଜି ଆଧୁନିକ ସଂଯୋଗୀକରଣ ସୁବିଧାକୁ ଉଦଘାଟନ କରାଯାଇଛି।

Spread the love