ଉଜ୍‌ବେକିସ୍ତାନର ସମରକନ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଏସସିଓ ବୈଠକରେ ଦେବେ ଯୋଗ

ନୂଆଦିଲ୍ଲୀ ୧୬/୦୯: ଉଜବେକିସ୍ତାନର ସମରକନ୍ଦରେ ଆଜି ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ବା ଏସ.ସି.ଓ. ସମିଟ୍ ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଗତକାଲିଠାରୁ ସମରକନ୍ଦରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଆଜି ପ୍ରଧାନମନ୍ତ୍ରୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ। ୨ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ନେଇ ଉଭୟ ନେତା ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ଏସ.ସି.ଓ ବୈଠକର ୨ଟି କାର୍ଯ୍ୟକ୍ରମରେ ଭାଗ ନେବେ। ବୈଠକରେ ମୋଦି ବିଭିନ୍ନ ଆନ୍ତର୍ଜାତିକ ପ୍ରସଙ୍ଗ ଉଠାଇବେ। ଯେଉଁଥିରେ ଏସ.ସି.ଓ.ର ସଂପ୍ରସାରଣ ଏବଂ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ଭଳି ପ୍ରସଙ୍ଗ ରହିଛି। ଏହି ବୈଠକରେ ଚୀନ୍ ରାଷ୍ଟ୍ରପତି ସି.ଜିଙ୍ଗପିଙ୍ଗ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମଧ୍ୟ ଉପସ୍ଥିତ ରହିବେ। ତେବେ ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Spread the love