ଆଜି ଅଯୋଧ୍ୟାରେ ଦ୍ୱିପୋତ୍ସବର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ  :  ଅଯୋଧ୍ୟାରେ ଏଥର ଦୀପାବଳି କିଛି ଭିନ୍ନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାମଲଲା ବିରଜମାନ ସାମ୍ନାରେ ୫ଟି ଦୀପ ଜାଳିବେ । ଏହି ଦୀପ ପଞ୍ଚତତ୍ତ୍ୱ(ଜଳ, ଆକାଶ, ଅଗ୍ନି, ବାୟୁ, ପୃଥିବି)ର ପ୍ରତୀକ ହେବ । ଏହାପରେ ପ୍ରଧାନମନ୍ତ୍ରୀ ନିର୍ମାଣାଧିନ ରାମ ମନ୍ଦିରର ଗର୍ଭଗୃହଠାରେ ସ୍ଥାପନ କରାଯାଇଥିବା ‘ଧର୍ମଧ୍ୱଜ’ ସାମ୍ନାରେ ବି ଦୀପ ଜଳାଇବେ ।ପ୍ରଥମଥର ଲାଗି ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଦ୍ୱିପୋତ୍ସବରେ ସାମିଲ ହେଉଥିବାରୁ ରାମ ଭକ୍ତଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଦ୍ୱିପୋତ୍ସବ ଲାଗି ରାମଙ୍କ ପିଣ୍ଡିରେ ତିଆରି ହୋଇଥିବା ମୁଖ୍ୟ ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରୀୟ ପକ୍ଷୀ ମୟୁର ଭଳି ପ୍ରସ୍ତୁତ କରାଯାଇଥିବା ଦୀପ ଜଳାଇ ସମାରୋହର ଶୁଭାରମ୍ଭ କରିବେ ।

Spread the love