ଦେଶବାସୀଙ୍କ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ: ନଭେମ୍ବର ପର୍ଯ୍ୟନ୍ତ ବଢ଼ିଲା ମାଗଣା ରାସନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା କାଳରେ ଦେଶକୁ ସମ୍ବୋଧିତ କରୁଛନ୍ତି। କୋଭିଡ୍-୧୯ କାରଣରୁ ଦେଶରେ ଉପୁଜିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଷଷ୍ଠ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଗରରିବଙ୍କୁ ମାଗଣାରେ ରାସନ ଦେବା ଯୋଜନାକୁ ପାଞ୍ଚ ମାସ ବଢା ଯାଉଛି। ଏବେ ଏହି ଯୋଜନା ନଭେମ୍ବର ପର୍ଯ୍ୟନ୍ତ ଦେଶରେ ଲାଗୁ ହେବ। ଏହି ଯୋଜନା ଆଧାରରେ ଗରିବଙ୍କୁ ୫ କିଲୋ ମାଗଣାରେ ଗହମ କିମ୍ବା ଚାଉଳ ଓ ଏକ କିଲୋ ଚଣା ଦିଆଯିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ଲାଗୁ କରିବାରେ ୯୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଯେବେଠୁ ଏହି ଯୋଜନା ଆରମ୍ଭ ହୋଇଛି ସେବେଠୁ ନଭେମ୍ବର ମାସ ପର୍ଯ୍ୟନ୍ତ ଦେଢ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରେ ୮୦ କୋଟି ଲୋକଙ୍କୁ ଲାଭ ମିଳିବ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କରୋନା ବିଶ୍ଵ ମହାମାରୀ ସହ ଲଢି ଲଢି ଆମେ ଅନଲକ୍‌-୨ରେ ପ୍ରବେଶ କରିଛେ ଏବଂ ଆମେ ସହି ପାଣିପାଗରେ ପ୍ରବେଶ କରୁଛନ୍ତି, ଯେଉଁ ସମୟରେ ଲୋକଙ୍କୁ ଥଣ୍ଡା, କାଶ, ବ୍ୟଥା ହୋଇଥାଏ। ଏମିତିରେ ମୋର ଆପଣଙ୍କୁ ପ୍ରାର୍ଥନା ଯେ ଏମିତି ସମୟରେ ନିଜର ଯନ୍ତ୍ର ନିଅନ୍ତୁ। ଯଦି କରୋନା ମୃତ୍ୟୁହାର ଦେଖିବା ତେବେ ଅନେକ ଦେଶ ତୂଳନାରେ ଭାରତର ସ୍ଥିତି ଅପେକ୍ଷା କୃତ ଭଲ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି, ଅନଲକ୍‌ ୧ ହେବା ପରଠୁ ଲୋକେ ବେପରୁଆ ହୋଇ ଗଲେଣି। କରୋନାରୁ ବଞ୍ଚିବା ପାଇଁ ଏବେ ଆମକୁ ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ସେ କହିଛନ୍ତି. ଲକ୍‌ଡାଉନ୍‌ ସମୟରେ ବହୁତ ଗୁରୁତର ସହ ନିୟମର ପାଳନ କରାଯାଇଥିଲା। ଏବେ ସରକାରଙ୍କୁ, ସ୍ଥାନୀୟ ପ୍ରଶାସନଙ୍କୁ, ଦେଶର ନାଗରିକଙ୍କୁ ପୁଣି ଥରେ ପୂର୍ବପରି ସତର୍କତା ଦେଖାଇବାର ଆବଶ୍ୟକତା ରହିଛି। ପିଏମ କଣ୍ଟେନମେଣ୍ଟ ଜୋନ୍‌ରେ ବହୁତ ଧ୍ୟାନ ଦେବାକୁ ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେଉଁ ଲୋକ ନିୟମ କାନୁନର ପାଳନ କରୁ ନାହାନ୍ତି, ସେମାନଙ୍କୁ ବୁଝାଇବାକୁ ପଡିବ ଏବଂ ରୋକିବାକୁ ପଡିବ।

Spread the love