ଏଥର ସଂଖ୍ୟlଗରିଷ୍ଠତା ହାସଲ କରିବ ଏନଡିଏ- ଜନମତ ରିପୋର୍ଟ

ଏଥର ନିର୍ବାଚନରେ ଏନଡିଏକୁ ମିଳିବ ସଂଖ୍ୟା ଗରିଷ୍ଠତା। ପୁଣି ବିଜେପି ଗଢିବ ସରକାର ।  4ଟି ଜନମତ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଜପା ନେତୃତ୍ୱାଧୀନ ମେଣ୍ଟକୁ କୁହୁକ ସଂଖ୍ୟା (273)ରୁ ଅଧିକ ଆସନ ମିଳିବ ବୋଲି ଆଶା କରାଯାଉଛି।  ତେବେ ଗତ 4ଦିନ ମଧ୍ୟରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଅନୁଯାୟୀ ପୁଲଓ୍ବାମା ଆକ୍ରମଣ ଏବଂ ଭାରତୀୟ ବାୟୁସେନାର ବାଲାକୋଟ କାର୍ଯ୍ୟାନୁଷ୍ଠାନରୁ ମୋଦିଙ୍କୁ ଫାଇଦା ମିଳିବାକୁ ଯାଉଛି। ପ୍ରଥମ ଥର ପାଇଁ ନିର୍ବାଚନରେ ଅର୍ଥନୀତି, ନିଯୁକ୍ତି ଆଦି ପ୍ରସଙ୍ଗଠାରୁ ଦୂରେଇ ଯାଇ ବିଭିନ୍ନ ଦଳ ସୁରକ୍ଷାକୁ ମୁଖ୍ୟ ପ୍ରସଙ୍ଗ କରିଛନ୍ତି।

ସର୍ଭେ ଅନୁଯାୟୀ ଶାସକ ଏନ୍‌ଡିଏକୁ 267 ଆସନ ମିଳିବାକୁ ଥିବାବେଳେ ଟାଇମ୍ସ ନାଓ-ଭିଏମ୍‌ଆର୍‌ ଓପିନିୟନ ପୋଲ୍‌ରେ ଉକ୍ତ ମେଣ୍ଟକୁ 279 ଆସନ ମିଳିବ ବୋଲି କୁହାଯାଇଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଓ ଏହାର ସହଯୋଗୀ 141ଆସନରେ ସୀମିତ ରହିପାରନ୍ତି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି। ସି-ଭୋଟର ସର୍ଭେ ଅନୁଯାୟୀ ଉପା ମେଣ୍ଟକୁ 142ଓ ଅନ୍ୟାନ୍ୟ ଦଳକୁ 134ଆସନ ମିଳିବ। ସେହିପରି ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ସର୍ଭେରେ ଏନ୍‌ଡିଏକୁ 275, ଉପାକୁ 147 ଏବଂ ଅନ୍ୟ ଦଳଗୁଡିକୁ 121 ଆସନ ମିଳିବ ବୋଲି କୁହାଯାଇଛି। ସେହିପରି ସିଏସ୍‌ଡିଏସ୍‌-ଲୋକନୀତି ସର୍ଭେରେ ଏନ୍‌ଡିଏକୁ 263 ରୁ 283 , ଉପା ମେଣ୍ଟକୁ 115 ରୁ 135 ଏବଂ ଅନ୍ୟ ଦଳଗୁଡିକୁ130 ରୁ 160 ଆସନ ମିଳିବା ଆଶାବ୍ୟକ୍ତ କରାଯାଇଛି।

ଟାଇମ୍ସ ନାଓ-ଭିଏମ୍‌ଆର୍‌ ସର୍ଭେରେ ଏନ୍‌ଡିଏକୁ 279, ଉପାକୁ 149 ଏବଂ ଅନ୍ୟ ଦଳକୁ 115 ଆସନ ମିଳିବ ବୋଲି କୁହାଯାଇଥିବାବେଳେ ପୋଲ୍‌ ଅଫ୍‌ ପୋଲ୍ସ ସର୍ଭେ ଏନଡିଏ, ଉପା ଓ ଅନ୍ୟାନ୍ୟ ଦଳଙ୍କୁ ଯଥାକ୍ରମେ 273,141 ଓ 129 ଆସନ ମିଳିବ ବୋଲି କହିଛି। 130 କୋଟି ଜନସଂଖ୍ୟା ବିଶିଷ୍ଟ ଭାରତରେ 90 କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ଯାଉଥିବାବେଳେ ଏହା ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ପ୍ରକ୍ରିୟା ବୋଲି କୁହାଯାଉଛି। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ନିର୍ବାଚନୀ ଇସ୍ତାହାରରେ ଅନେକ ଆକର୍ଷଣୀୟ ପ୍ରତିଶ୍ରୁତି ଦିଆଯାଇଛି।

Spread the love