ମୋଦି ଟ୍ରମ୍ପ ଙ୍କ ଦୋସ୍ତି ଦେଖି ବଉଳl ପାକିସ୍ତାନ ଦେଲା ପରମାଣୁ ଧମକ

ଫ୍ରାନ୍ସରେ ଆୟୋଜିତ ଜି7 ସମ୍ମିଳନୀରେ ଯେ କେବଳ ବଡ଼ ବଡ଼ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି ତାହା ନୁହେଁ ଖୁସି ମଜାକ୍‌ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି  ଡୋନାଲ୍ଡ ଟ୍ରମ୍ପ ଦେଉଥିବା ମିଡିଆକୁ ସାକ୍ଷାତକାର ସମୟରେ ।

ଆଜି ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ମୋଦି ହିନ୍ଦିରେ କହିଥିଲେ ଯେ, ‘ମୋତେ ଲାଗୁଛି ଯେ ଆମ ଦୁଇ ଜଣଙ୍କୁ ଆଲୋଚନା କରିବାକୁ ଛଡ଼ାଯାଉ । ଆମେ ଦୁଇ ଜଣ ଆଲୋଚନା କରିବୁ, ଆବଶ୍ୟକ ପଡ଼ିଲେ ଆମେ ଆପଣଙ୍କୁ ସୂଚନା ଦେବୁ ।’

ଏହା ଉପରେ ଟ୍ରମ୍ପ କହିଥିଲେ, ମୋଦି ପ୍ରକୃତରେ ଭଲ ଇଂରାଜୀ କହିପାରନ୍ତି । କିନ୍ତୁ ସେ ଏବେ କହିବାକୁ ଚାହୁଁନାହାନ୍ତି । ଏହାପରେ ପିଏମ୍‌ ମୋଦି ଏବଂ ଟ୍ରମ୍ପ ଦୁହେଁ ଦୁହିଁଙ୍କ ହାତ ଧରି ହସିବାକୁ ଲାଗିଲେ । ସେମାନଙ୍କ ସହିତ ସେଠାରେ ଉପସ୍ଥିତ ଅନ୍ୟମାନେ ମଧ୍ୟ ନିଜକୁ ରୋକି ପାରିନଥିଲେ । ତେବେ ଏହି ଖୁସି ମୁହୂର୍ତ୍ତରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ବିଶେଷ କରି କାଶ୍ମୀରକୁ ନେଇ ଭାରତ ନିଜର ସ୍ପଷ୍ଟ ଆଭିମୁଖ୍ୟ ଆମେରିକା ରାଷ୍ଟ୍ରପତିଙ୍କୁ ଶୁଣାଇ ଦେଇଛି ।

କଶ୍ମୀରକୁ ଟ୍ରମ୍ପ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ କହିବାରୁ ଇସ୍‌ଲାମାବାଦ୍‌ ବିଚଳିତ ହୋଇପଡ଼ିଛି। ପାକିସ୍ତାନର ୱାଜିର-ଏ-ଆଜମ ଇମ୍ରାନ୍‌ ଖାନ୍‌ ଏବେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ସମଗ୍ର ବିଶ୍ୱକୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି।

ଆଜି ଦେଶବାସୀଙ୍କୁ କଶ୍ମୀର ପ୍ରସଙ୍ଗରେ ଉସ୍‌କାଇବା ପାଇଁ ଇମ୍ରାନ୍‌ ଖାନ୍‌ କହିଛନ୍ତି, “ଯଦି କଶ୍ମୀରକୁ ନେଇ ବିବାଦ ବଢ଼ିବ ଏବଂ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ, ତା’ହେଲେ ଏହାର ପରିଣାମ ଭୟଙ୍କର ରୂପ ଧାରଣ କରିବାର ଆଶଙ୍କା ରହିଛି। କାରଣ ଉଭୟ ଭାରତ ଓ ପାକିସ୍ତାନ ପରମାଣୁ ଶକ୍ତିର ଅଧିକାରୀ। ପରମାଣୁ ଯୁଦ୍ଧରେ କେହି ବି ବିଜୟୀ ହୁଅନ୍ତି ନାହିଁ। କିନ୍ତୁ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିବ।

Spread the love